fbpx

ଆପଣ ବାଲକୋନୀ କିମ୍ବା ଛାତରେ ଉଡାଇ ପାରିବେ କି ତ୍ରିରଙ୍ଗା? ୧୫ ଅଗଷ୍ଟ ପୂର୍ବରୁ ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ: ଗୋଟେ ଦିନ ପରେ ସାରା ଭାରତବର୍ଷ ସ୍ୱାଧୀନତା ଦିବସ ପାଳନ କରିବ। ଏହି ସମୟ ମଧ୍ୟରେ ଆପଣ ସବୁ ସ୍ଥାନରେ ତ୍ରିରଙ୍ଗା ଉଡିବାର ଦେଖିବେ। କିନ୍ତୁ ଆପଣ ଜାଣିଛ କି ତ୍ରିରଙ୍ଗା ଉତ୍ତୋଳନ କରିବାର ନିୟମ କ’ଣ? ଆପଣ କେଉଁ ସ୍ଥାନରେ ତ୍ରିରଙ୍ଗା ଉଡାଇବା ଉଚିତ କି ନୁହେଁ? ଆଜି, ଅଗଷ୍ଟ ୧୫ ପୂର୍ବରୁ, ଆମେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ। ଏହା ସହିତ, ଛାତ କିମ୍ବା ବାଲକୋନୀରେ ତ୍ରିରଙ୍ଗା ଉଡାଇ ପାରିବେ କି ନାହିଁ।

ଘରେ ଆମେ କିପରି ଉଡାଇବା ତ୍ରିରଙ୍ଗା:

୨୦୦୨ ବର୍ଷ ପୂର୍ବରୁ, ସାଧାରଣ ଲୋକମାନେ କେବଳ ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଠାଇ ପାରିବେ। କିନ୍ତୁ ବର୍ତ୍ତମାନ ତାହା ନୁହେଁ । ବର୍ତ୍ତମାନ ଆପଣ ଯେକୌଣସି ସମୟରେ ନିଜ ଦେଶର ଗର୍ବ ବଢ଼ାଇ ପାରିବେ | ତଥାପି, ଏଥିପାଇଁ ଆପଣଙ୍କୁ କିଛି ନିୟମ ଅନୁସରଣ କରିବାକୁ ପଡିବ। ଏହି ନିୟମଗୁଡିକ ଭାରତୀୟ ପତାକା କୋଡରେ ଦିଆଯାଇଛି। ଏହି ଇଣ୍ଡିଆନ୍ ଫ୍ଲାଗ୍ କୋଡ୍ ୨୦୦୨ ର ପାର୍ଟ-୨ ପାରା ୨.୨ ର ସେକ୍ସନ୍ (୧୧) ରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ତାଙ୍କ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଚାହାଁନ୍ତି, ତେବେ ସେ ଦିନରାତି ଏହାକୁ ଉଡାଇ ପାରିବେ। ତଥାପି, ପତାକା ଉତ୍ତୋଳନ କରିବାବେଳେ, ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ଯେ, ପତାକା କୌଣସି ପ୍ରକାରେ ଛିଣ୍ଡି ନ ଯାଏ। ଯଦିଓ ଏହା ଭୁଲରେ ଛିଣ୍ଡିଯାଏ, ତେବେ ଏହାକୁ ଅସମ୍ମାନ କରାଯିବା ଉଚିତ୍ ନୁହେଁ। ଏହି ନିୟମରେ ଗୋଟିଏ କଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯେତେବେଳେ ବି ଘରେ ପତାକା ଉତ୍ତୋଳନ କରାଯାଏ, ଏହାକୁ ମନେ ରଖିବା ଉଚିତ ଯେ ପତାକାକୁ ଖୋଲା ସ୍ଥାନରେ ରଖିବା ଉଚିତ ଏବଂ ତ୍ରିରଙ୍ଗା ଉପରେ ଅନ୍ୟ କୌଣସି ପତାକା ରହିବା ଉଚିତ ନୁହେଁ।

କେଉଁଠାରେ ଲଗାଇବେନି ପତାକା:

ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ, ୧୫ ଅଗଷ୍ଟ ଏବଂ ୨୬ ଜାନୁଆରୀରେ, ଅଧିକାଂଶ ଲୋକ ନିଜ ଗାଡିରେ ତ୍ରିରଙ୍ଗା ଧରି ବୁଲୁଛନ୍ତି। ତଥାପି, ଏହା ସଂପୂର୍ଣ୍ଣ ବେଆଇନ ଏବଂ ଏପରି କରିବା ପାଇଁ ଆପଣଙ୍କୁ ଦଣ୍ଡ ଦିଆଯାଇପାରେ। ବାସ୍ତବରେ, ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ ଅନୁଯାୟୀ, ଯାନରେ କେବଳ ୨୨୫* ୧୫୦ ମିଲିମିଟର ଆକାରର ପତାକା ବ୍ୟବହାର କରାଯିବ। ଏହା ସହିତ, ଜଣେ ସାଧାରଣ ଲୋକ ତାଙ୍କ କାରରେ ତ୍ରିରଙ୍ଗା ଲଗାଇ ପାରିବେ ନାହିଁ। କେବଳ କିଛି ସାମ୍ବିଧାନିକ ମାନ୍ୟଗଣ୍ୟ ବ୍ୟକ୍ତି ପତାକା ଉତ୍ତୋଳନ କରିବାର ବିଶେଷ ଅଧିକାର ପାଇଛନ୍ତି। ଏଥିରେ- ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ରାଜ୍ୟପାଳ, ଲେଫ୍ଟନାଣ୍ଟ-ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ଲୋକସଭା ବାଚସ୍ପତି, ରାଜ୍ୟସଭା ବାଚସ୍ପତି, ରାଜ୍ୟ କିମ୍ବା କେନ୍ଦ୍ରର ମୁଖ୍ୟମନ୍ତ୍ରୀ, ଭାରତୀୟ ମିଶନର ମୁଖ୍ୟ, ବିଧାନସଭା ବାଚସ୍ପତି, ମୁଖ୍ୟ ଜଷ୍ଟିସ୍ ଅଫ୍ ଇଣ୍ଡିଆ ଏବଂ ହାଇକୋର୍ଟର ବିଚାରପତିମାନେ ସେମାନଙ୍କ ଗାଡିରେ ତ୍ରିରଙ୍ଗା ବ୍ୟବହାର କରିପାରିବେ।

Get real time updates directly on you device, subscribe now.