fbpx

‘ହର ଘର ତ୍ରିରଙ୍ଗା’ରୁ ୬୦୦ କୋଟି ବ୍ୟବସାୟ ହେବାର ଆଶା: ୧୦ ଲକ୍ଷ ଲୋକଙ୍କୁ ମିଳିଲା ରୋଜଗାର

ନୂଆଦିଲ୍ଲୀ: କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଆନ୍ ପାଳନ କରିବାକୁ ବ୍ୟାପକ ଉଦ୍ୟମ କରୁଛି । ଏହି ଅଭିଯାନ ଯୋଗୁଁ ସମଗ୍ର ଦେଶରେ ପ୍ରାୟ ୩୫ କୋଟି ତ୍ରିରଙ୍ଗା ପତାକା ବିକ୍ରି ହେବ, ଯେଉଁଥିପାଇଁ ପ୍ରାୟ ୬୦୦ କୋଟି ଟଙ୍କାର ବ୍ୟବସାୟ ହେବ  । ଗତ ବର୍ଷ ଏହି ବିକ୍ରି ପ୍ରାୟ ୫୦୦ କୋଟି ଟଙ୍କା ଥିଲା ।

କ୍ୟାଟର ରାଷ୍ଟ୍ରୀୟ ସଭାପତି ବିସି ଭାରତିଆ ଦେଶର ସମସ୍ତ ବ୍ୟବସାୟୀଙ୍କୁ ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସେମାନଙ୍କ ଦୋକାନ ଏବଂ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ନିବେଦନ କରିଥିଲେ । ତାଙ୍କ କର୍ମଚାରୀମାନଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରିବାକୁ କହିଥିଲେ, ଯାହାଫଳରେ ସେମାନେ ଏହାକୁ ନିଜ ଘରେ ରଖିପାରିବେ  । କ୍ୟାଟ୍ କହିଛି ଯେ, ଦେଶଭକ୍ତି ଏବଂ ଆତ୍ମନିର୍ଭରଶୀଳତା ସହିତ ଏହି ଅଭିଯାନ ସମଗ୍ର ଦେଶରେ ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିର ଏକ ଅଦ୍ଭୁତ ଭାବନା ସୃଷ୍ଟି କରିଛି ଏବଂ ସମବାୟ ବ୍ୟବସାୟର ବଡ଼ ସମ୍ଭାବନାକୁ ଖୋଲିଛି  ।

୧୦ ଲକ୍ଷରୁ ଅଧିକ ଲୋକ ପାଇଲେ ଚାକିରି :-

ଭାରତିଆ କହିଛନ୍ତି ଯେ, ‘ହର ଘର ତ୍ରିରଙ୍ଗା’ ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେଇଛନ୍ତି, ଯେଉଁମାନେ ନିଜ ଘରେ କିମ୍ବା ଛୋଟ ସ୍ଥାନରେ ସ୍ଥାନୀୟ ଟେଲରଙ୍କ ସାହାଯ୍ୟରେ ତ୍ରିରଙ୍ଗା ପତାକା ତିଆରି କରିଛନ୍ତି । ବହୁ ସଂଗଠିତ ଢ଼ଙ୍ଗରେ ଭାରତୀୟ ପତାକା ଉତ୍ପାଦନ ପାଇଁ ଏସଏମଇ ଉତ୍ପାଦନ ଏବଂ ବାଣିଜ୍ୟ କ୍ଷେତ୍ର ଦିନରାତି କାର୍ଯ୍ୟ କରିଥିଲା  । ତ୍ରିରଙ୍ଗା ପ୍ରତି ଲୋକଙ୍କ ଉତ୍ସର୍ଗୀକୃତତା ଏବଂ ଉତ୍ସାହକୁ ଦୃଷ୍ଟିରେ ରଖି ଭାରତ ଚଳିତ ବର୍ଷ ୧୫ ଅଗଷ୍ଟରୁ ୧୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ସମୟକୁ “ସ୍ୱରାଜ ବର୍ଷ” ଭାବରେ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର୍ ଘର୍ ତ୍ରିରଙ୍ଗାର  ନିବେଦନ ସମସ୍ତ ଦେଶବାସୀଙ୍କୁ କରିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପ୍ରୋଫାଇଲ ଫଟୋ ବଦଳାଇବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ହର ଘର ତ୍ରିରଙ୍ଗା ଆନ୍ଦୋଳନର ଭାବନା ସହିତ ଆସନ୍ତୁ ଆମେ ସମସ୍ତେ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଡିପି ବଦଳାଇ ଦେବା । ଏହି ଅନନ୍ୟ ପ୍ରୟାସକୁ ସମସ୍ତେ ସମର୍ଥନ ଦେଇ ଆମ ପ୍ରିୟ ଦେଶ ଓ ଆମ ମଧ୍ୟରେ ଥିବା ବନ୍ଧନକୁ ଚାଲନ୍ତୁ ସୁଦୃଢ କରିବା ।

Get real time updates directly on you device, subscribe now.