fbpx

ଡିସେମ୍ବର ୧୫ରେ ହୋଇଥାନ୍ତା ଝିଅର ବାହାଘର: ଲକ୍ଷାଧିକ ଧାର କରଜ କରି, ଗହଣା ବିକି କିଣିଥିବା ସମସ୍ତ ବିବାହ ସାମଗ୍ରୀ ଜଳିପୋଡ଼ି ହୋଇଗଲା ପାଉଁଶ

ନୂଆଦିଲ୍ଲୀ: ଜଣେ ଗରିବ କୃଷକ ନିଜ ଝିଅକୁ ବାହାଦେବା ପାଇଁ ବହୁ କଷ୍ଟରେ ସମସ୍ତ ସାମଗ୍ରୀ କିଣିଥିଲେ । ମାତ୍ର ଘରେ ନିଆଁ ଲାଗି ସେସବୁକୁ ପାଉଁଶ କରିଦେଇଛି । କୃଷକ ଜଣଙ୍କ ନିଜର ପତ୍ନୀଙ୍କର ସମସ୍ତ ଅଳଙ୍କାର ବିକି ଭାଙ୍ଗି ଏକତ୍ରିତ କରି ଝିଅର ବାହାଘର କରିବାକୁ ସ୍ୱପ୍ନ ଦେଖିଥିଲେ । ହେଲେ ଦଇବ ସହିଲା ନାହିଁ । ତାଙ୍କର ସବୁ ସ୍ୱପ୍ନ ନିଆଁରେ ଆଜି ଜଳିପୋଡ଼ି ଛାରଖାର ହୋଇଯାଇଛି । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏହି ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଶର୍ଟ ସର୍କିଟରୁ ଏହି ନିଆଁ ଲାଗି ବିବାହ କପଡ଼ା, ଗହଣା, ଟଙ୍କା ସବୁ ପୋଡ଼ି ଛାରଖାର ହୋଇଯାଇଛି ।

ଘଟଣାଟି ସୌରା ଗ୍ରାମପଞ୍ଚାୟତର ମଲ୍ଲପୁରାରେ ଘଟିଛି । କୃଷକ ଅରବିନ୍ଦ ଲୋଧୀଙ୍କର ଝିଅର ବାହାଘର ଡିସେମ୍ବର ୧୫ ତାରିଖରେ ହେବାକୁ ସ୍ଥରୀକୃତ ହୋଇଥିଲା । ବିଦ୍ୟୁତ ତାରରେ ଅଚାନକ ଶର୍ଟ ସର୍କିଟ କାରଣରୁ ପୂରା ଘରେ ନିଆଁ ବ୍ୟାପି ଯାଇଥିଲା । ତେବେ ଅରବିନ୍ଦ ନିଆଁରୁ ନିଜ ପତ୍ନୀ ଓ ଝିଅଙ୍କୁ ଉଦ୍ଧାର କରିପାରିଥିଲେ ହେଁ ସମସ୍ତ ସାମଗ୍ରୀଗୁଡ଼ିକ ଭସ୍ମ ହୋଇଯାଇଥିଲା । ଗରିବ ଅରବିନ୍ଦ ଝିଅର ବାହାଘର ପାଇଁ ୧ ଲକ୍ଷ ଟଙ୍କା ଧାର କରଜ କରିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ବର୍ବାଦ ହୋଇଯାଇଥିବା ବେଳେ ଜିଲ୍ଲା ପ୍ରଶାସନିକ ଅଧିକାରୀ ତାଙ୍କୁ ସହାୟତା ପ୍ରଦାନ କରିବାକୁ ଆଶ୍ୱାସନା ଦେଇଛନ୍ତି ।

Get real time updates directly on you device, subscribe now.