fbpx

୪ ବର୍ଷର ବାଳିକାକୁ ଚକଲେଟ୍ ଦେବା ବାହାନାରେ ଦୁଷ୍କର୍ମ, ୧୨ ବର୍ଷିୟ ଅଭିଯୁକ୍ତ ଗିରଫ

ଚିଖାଲି: ଚକଲେଟ୍ କିଣିବାକୁ ଯିବା ବୋଲି କହି ଗୋଟିଏ ୧୨ ବର୍ଷର ବାଳକ ଏକ ୪ ବର୍ଷୀୟ ବାଳିକା ସହିତ ଦୁଷ୍କର୍ମ କରିଛି । ଏନେଇ ପୀଡ଼ିତା ବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି । ଏହିଭଳି ଘଟଣାର ଶନିବାର ଦିନ ପୁଣେର ପିମ୍ପରୀ ଚିଞ୍ଚୱାଡ୍ ଠାରେ ଘଟିଛି । ପୋଲିସ୍ ଉକ୍ତ ୧୨ ବର୍ଷିୟ ବାଳକକୁ ଗିରଫ କରିଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ବାଳକ ଜଣକ ପୀଡ଼ିତା ବାଳିକାଙ୍କୁ ଚକଲେଟ୍ କିଣିଦେବ କହି ଏକ ଶୁନଶାନ୍ ଜାଗାକୁ ନେଇ ଦୁଷ୍କର୍ମ କରିଛି । ପୀଡ଼ିତାଙ୍କ ମାଆ ଏହି କାଣ୍ଡ କରୁଥିବା ସମୟରେ ଧରିଛନ୍ତି ବୋଲି ପୋଲିସ୍ ଆଗରେ କହିଛନ୍ତି । ତେବେ ଏହି ଘଟଣା ନଭେମ୍ବର ୧୫ ତାରିଖରେ ଘଟିଥିବା ବେଳେ ଶନିବାର ଦିନ ଏନେଇ ପୀଡ଼ିତାଙ୍କ ମାଆଙ୍କ ପକ୍ଷରୁ ଏଫଆଇଆର୍ ରୁଜୁ ହୋଇଥିଲା ।

Get real time updates directly on you device, subscribe now.