fbpx

ଥଣ୍ଡା, ଜ୍ୱର, କଫ, ଛିଙ୍କ, କାଶ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ: Omicron Variant କବଳରୁ ଠାରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କ ପରାମର୍ଶ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ଚାରିଆଡ଼େ ଚିନ୍ତା ବଢ଼ିଯାଇଛି । ତେବେ ଦେଶରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଏବେ ସୁଦ୍ଧା ଟିକା ଦିଆ ସରିଥିଲେ ହେଁ କରୋନା ପ୍ରତି ସାମାନ୍ୟ ବି ଅବହେଳା କରିବା ଅନୁଚିତ । ତେବେ ଏ ପରିପ୍ରେକ୍ଷୀରେ ସାଧାରଣ ଥଣ୍ଡା, କଫ, ଛିଙ୍କ, କାଶ, ଜ୍ୱରକୁ ଅବହେଳା କରିବା ଅନୁଚିତ । ଏହା ଦ୍ୱାରା ଆପଣ କରୋନାରେ ଆକ୍ରାନ୍ତା ହେବେନି ଏହା ଭାବିବା ଭୁଲ୍ । କାରଣ କୋଭିଡ-୧୯ ଓ ସାଧାରଣ ଫ୍ଲୁ ଉଭୟେ ସମଜାତିର ଭୂତାଣୁଜନିତ ରୋଗ । ଏହି ଭୂତାଣୁ ସଂକ୍ରମଣ ମୁଖ୍ୟତଃ ନାକ, ଗଳା ଓ ମୁଖ ଗହ୍ୱର ବାଟ ଦେଇ ଶରୀର ଭିତରକୁ ପ୍ରବେଶ କରିଥାଏ । ପ୍ରାଥମିକ ସ୍ତରରେ ଏହା ଶ୍ୱାସନଳୀ, ଫୁସଫୁସକୁ ସଂକ୍ରମତ କରିବା ଫଳରେ ଜ୍ୱର, କାଶ ଓ ନିଃଶ୍ୱାସ ନେବରେ ଅସୁବିଧା ଉପୁଜିବା ଭଳି ଲକ୍ଷଣ ଦେଖାଦେଇଥାଏ । ତେଣୁ ଏପରି ଲକ୍ଷଣ ଦେଖା ଦେଉଥିଲେ ଜମାରୁ ଅବହେଳା କରନ୍ତୁ ନାହିଁ । ଏହି ଲକ୍ଷଣ ଦୁଇ ତିନି ଦିନ ଲାଗି ରହିଲେ କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ । କୋଭିଡ୍ ପଜିଟିଭ୍ ହେବା ସହ ଅମ୍ଲଜାନ ସାଚୁରେସନ ୯୨ ଉପରେ ରହୁଥିଲେ ନିୟମ ମାନି ଘରେ ଚିକିତ୍ସିତ ହୋଇପାରିବେ ।

ସାଧାରଣତଃ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ରହିଥାଏ । ଆମର ଚାରି ପାଖରେ ଅନେକ ଲକ୍ଷଣବିହୀନ କରୋନା ରୋଗୀ ଥାଇପାରନ୍ତି, ସେଥିପ୍ରତି ସଜାଗ ରହିବା ଦରକାର । କିଛି ଛୋଟ ପିଲା ପ୍ରଥମ ଡୋଜ୍ ନେଇ ନଥିବା ବେଳେ କିଛି ଲୋକ ମଧ୍ୟ ପ୍ରଥମ ଡୋଜ୍ ନେଇ ନାହାନ୍ତି । କଟକଣା ହଟିଯାଇଥିବାରୁ ସମସ୍ତେ ଏବେ ଗାଇଡଲାଇନକୁ ବେଖାତିର କରି ଚାରିଆଡ଼େ ବୁଲୁଥିବା ଦେଖାଯାଉଛି । ଆଗକୁ ନୂଆବର୍ଷ ଆସୁଥିବାରୁ ଚାରିଆଡ଼େ, ପିକନିକ, ପାର୍ଟି, ଭୋଜିଭାତର ଆସର ଆରମ୍ଭ ହୋଇଗଲାଣି । ଏଭଳି ସ୍ଥିତିରେ କରୋନାକୁ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇଗଲାଣି । ତେଣୁ ଯଥାସମ୍ଭବ ବାହାରକୁ ବାହାରିବା ବେଳେ ଶୀତ ପୋଷାକ ସହିତ ମାସ୍କ ପିନ୍ଧି ଯିବା ଦରକାର । ଘରେ କାହାକୁ ଭୂତାଣୁ ବା ଜୀବାଣୁ ଜନିତ ଜ୍ୱର, କାଶ, ଛିଙ୍କ ହେଲେ ଅନ୍ୟମାନେ କିପରି ଏଥିରେ ସଂକ୍ରମିତ ନହେବେ ସେଥିପ୍ରତି ଦୃଷ୍ଟିଦେବା ଦରକାର ବୋଲି ଡାକ୍ତର ମତ ଦେଇଛନ୍ତି ।

Get real time updates directly on you device, subscribe now.