fbpx
BSKY
BJD SHG SKY
BJD YOUTH SKY

ଆଉ ୨ ଦିନ ସବୁ ସ୍କୁଲ ଛୁଟି: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ବଢିବାରେ ଲାଗିଛି । ବାରିପଦା, ଝାରସୁଗୁଡା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଦିନର ତାପମାତ୍ରା ରାଜ୍ୟବାସୀଙ୍କୁ କଲବଲ କରୁଛି । ତେଣୁ ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଏବଂ ପହରଦିନ(୧୯ ଏବଂ ୨୦)ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟିର ଅବଧି ଆଉ ୨ ଦିନ ବୃଦ୍ଧି ପାଇଛି । ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି ମଧ୍ୟ ଏପ୍ରିଲ ୧୯ ଏବଂ ୨୦ ତାରିଖ ଦୁଇ ଦିନ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ । ତେବେ ୧୭ ତାରିଖରୁ ବର୍ଷା ହେବାର ଆଶା କରାଯାଉଥିବାରୁ ସ୍କୁଲ ଖୋଲିଥିଲା । କିନ୍ତୁ ଗ୍ରୀଷ୍ମପ୍ରବାହ ବଢିବାରୁ ପୁଣିଥରେ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.