fbpx

ଝାରସୁଗୁଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି ।

ତେବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୂର୍ବରୁ ବିଜେଡି ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା କରିଥିବା ବେଳେ ବିଜେପି ମଧ୍ୟ ନିର୍ବାଚନ ପରିଚାଳନା ଓ ପ୍ରଚାର ପାଇଁ ଦୁଇଟି ଟିମ୍ ଘୋଷଣା କରିଥିଲା । କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ପଡ଼ିନାହିଁ । ଆଜି କଂଗ୍ରେସ ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରାଯାଇଛି ।

ଏହି ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକାରେ ଏ. ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କହ୍ନେୟା କୁମାର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ବିଜୟ କୁମାର ପଟ୍ଟନାୟକ, ଶରତ ରାଉତ, ଭକ୍ତ ଚରଣ ଦାସ, ସପ୍ତଗିରି ଶଙ୍କର ଉଲ୍ଲାକା, ଚିରଞ୍ଜୀବୀ ବିଶ୍ୱାଳ, ପଞ୍ଜାନନ କାନୁନଗୋ, ଗଣେଶ୍ୱର ବେହେରା ପ୍ରମୁଖ ନେତାମାନେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.