ବ୍ରେକଫାଷ୍ଟରେ ଏସବୁ ଖାଦ୍ୟ ଶରୀର ପାଇଁ କ୍ଷତିକାରକ

News across the Earth, news close to your heart, Read Odisha Bhaskar English

ବ୍ରେକଫାଷ୍ଟ ବା ସକାଳ ଜଳଖିଆ ଶରୀର ପାଇଁ ନିହାତି ଆବଶ୍ୟକ। ତାହା ପୁଣି ଉପଯୁକ୍ତ କ୍ୟାଲୋରୀର ହୋଇଥିଲେ ଭଲ। ଏମିତି କିଛି ଖାଦ୍ୟ ଅଛି ଯାହା ପାଟିକୁ ସ୍ବାଦ ଲାଗୁଥିଲେ ମଧ୍ୟ ଶରୀର ପାଇଁ ଆଦୌ ଗ୍ରହଣୀୟ ନୁହେଁ। ସେଥିପାଇଁ ସକାଳର ଖାଦ୍ୟ ଖାଇବା ବେଳେ କେତେଗୁଡିଏ ମୁଖ୍ୟ ଖାଦ୍ୟକୁ ସାମିଲ କଲେ ଭଲ।

-ସକାଳ ଖାଦ୍ୟରେ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଓ ବେକରି ପ୍ରଡକ୍ଟସକୁ ଦୂରେଇ ରଖିବା ଭଲ। କାରଣ ଏଭଳି ଖାଦ୍ୟ ବେଳେ ବେଳେ ବ୍ଲଡସୁଗାରକୁ ବଢାଇ ଦେଉଥିବା ବେଳ କେବେ କେବେ ବ୍ଲଡ ସୁଗାରକୁ କମାଇ ଦେଇଥାଏ।

-ଡବା ବନ୍ଦ ବା ଫ୍ରୋଜନ୍‌ ଫୁଡ୍‌କୁ ଜଳଖିଆରେ ସାମିଲ କରିବା ଭଲ ନୁହେଁ। ଘରେ ପ୍ରସ୍ତୁତ ହୋଇଥିବା ସ୍ୟାଣ୍ଡଉଇଚ୍‌ ଖାଇବା ଭଲ। କାରଣ ଘରେ ଏହା ବିଭିନ୍ନ ପ୍ରକାରର ପରିବାରେ ଏହା ପ୍ରସ୍ତୁତ କରାଯାଇଥାଏ। ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ତେବେ ସକାଳ ଜଳଖିଆରେ ଅଣ୍ଡା, ମାଂସ, ପନିର ଆଦିକୁ ବାଦ୍‌ ଦେବା ଭଲ।

Get real time updates directly on you device, subscribe now.