fbpx

ଉଭୟ ପତି-ପତ୍ନୀ ଚାକିରି କରୁଥିଲେ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ: ସୁରୁଖୁରୁରେ ଚାଲିବ ବୈବାହିକ ଜୀବନ

ଆଜିକାଲି ସମୟରେ ପୁରୁଷ ଓ ନାରୀଙ୍କ ମଧ୍ୟରେ ପାର୍ଥକ୍ୟ ଶେଷ ହେବାରେ ଲାଗିଛି । ଆଗକାଳରେ ନାରୀମାନେ କେବଳ ଘରେ ବସି କାମ କରୁଥିବା ବେଳେ ଆଜିକାଲି ସେମାନ ଘର ସହ ଅଫିସ ମଧ୍ୟ ସମ୍ଭାଳୁଛନ୍ତି । ଯଦି ଉଭୟ ପତି-ପତ୍ନୀ କର୍ମଜୀବୀ ତେବେ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ । ଜାଣନ୍ତୁ ସେ ସମ୍ପର୍କରେ…

ସମୟ : ଆଜିକାଲି ଅଧିକାଂଶ ସ୍ୱାମୀ-ସ୍ତ୍ରୀ କର୍ମଜୀବୀ । ଦିନତମାମ ଅଫିସ କାମ ଆଉ ସନ୍ଧ୍ୟାରେ ଘରକୁ ଫେରିବା ପରେ ଘର କଥା ବୁଝିବାକୁ ପଡ଼େ । ତେଣୁ ଏହି ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସମନ୍ୱୟ ରହିଲେ ଘରର କାମ ସୁରୁଖୁରୁରେ ହୋଇପାରିବ । ହେଲେ ଉଭୟେ ସମୟର ମୂଲ୍ୟ ବୁଝିବା ଦରକାର । ଯଦି ଜଣେ କିଛି ସମୟ ବିଶ୍ରାମନେବାକୁ ଚାହୁଁଛନ୍ତି ତେବେ ସେ ନେଇ ଚିନ୍ତିତ ନ ହୋଇ ନିଜେ କିଛି କାମ କରିପାରିବେ । କର୍ମଜୀବୀ ହୋଇଥିଲେ ପ୍ରାୟ ଉଭୟଙ୍କୁ ସକାଳୁ ଅଫିସ ଯିବାକୁ ପଡ଼ିଥାଏ । ତେଣୁ ଉଭୟ ସ୍ୱାମୀ-ସ୍ତ୍ରୀ ଘରକାମକୁ ବାଣ୍ଟିକୁଣ୍ଟି କରିପାରିଲେ କ୍ଷତି କ’ଣ? ହେଲେ ଏହି ସମୟରେ ସେମାନଙ୍କର ମାନସିକତା ସକାରାତ୍ମକ ରହିବା ନିହାତି ଜରୁରୀ ।

ଟେନସନ : କର୍ମଜୀବୀ ହେଲେ ଅନେକ କଥାକୁ ନେଇ ଟେନ୍ସନରେ ରହିବା ସ୍ୱାଭାବିକ । ହେଲେ ଥଣ୍ଡା ମିଜାଜରେ କାମକଲେ ସବୁ କିଛି ଠିକ୍ ସମୟରେ ଶେଷ ହୋଇଥାଏ । ଯଦି ସ୍ୱାମୀଙ୍କର ଶୀଘ୍ର ଅଫିସ ଯିବାର ଅଛି ତେବେ ତାଙ୍କୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରନ୍ତୁ । ସବୁଠାରୁ ବଡ଼ କଥା ହେଲା, ପ୍ରତିଦିନ କ’ଣ କରିବେ ତାହାର ଏକ ରୋଟିନ ପ୍ରସ୍ତୁତ କରନ୍ତୁ । ତେବେ ସବୁ କାମ ଠିକ୍ ସମୟରେ ଶେଷହେବ । ନ ହେଲେ କାମକୁ ନେଇ ଟେନ୍ସନ ଆଉ ତା’ପରେ ସବୁ କାମ ଅଡୁଆ ତଡୁଆ ହେବା ସମ୍ଭାବନା ରହିଛି ।

ଯୌଥ ପରିବାର : ଯଦି ଆପଣଙ୍କର ବଡ଼ ପରିବାର, ତେବେ ଘର କାମ ନିଜେ କରିବା ସହ ଅନ୍ୟମାନଙ୍କର ସହଯୋଗ ନିଅନ୍ତୁ । ‘ସବୁ କାମ ମୋତେ ହିଁ ଏକୁଟିଆ କରିବାକୁ ପଡିବ’ ଏପରି ଭାବିବା ଠିକ୍ ନୁହେଁ । ପରିବାର ସଦସ୍ୟମାନେ ମଧ୍ୟ କିଛି କାମ କରିପାରିବେ ଯାହା ଦ୍ୱାରା ଆପଣଙ୍କର ବୋଝ ହାଲ୍କା ହେବ । କାମକୁ ନେଇ ସ୍ୱାମୀ-ସ୍ତ୍ରୀ ଭିତରେ ମାନ ଅଭିମାନ ରହିଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି । ତେଣୁ ପରିସ୍ଥିତିକୁ ଉଭୟ ଭଲ ଭାବରେ ହୃଦୟଙ୍ଗମକରି କାମକଲେ ସେଗୁଡ଼ିକ ସୁରୁଖୁରୁରେ ଶେଷ ହୋଇଥାଏ ।

Get real time updates directly on you device, subscribe now.