fbpx

ନୂଆ ସମସ୍ୟା: ଓମିକ୍ରନ୍ ବିରୋଧରେ କୋଭିସିଲ୍ଡ ସମେତ ଅନ୍ୟାନ୍ୟ ଭାକସିନ୍ ଫେଲ୍! ଅନୁସନ୍ଧାନରୁ ହେଲା ଖୁଲାସା

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି କରିଛି କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ । ବିଶ୍ୱବ୍ୟାପୀ ଓମିକ୍ରନ୍ ର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ଓମିକ୍ରନ୍ ସଂକ୍ରମିତଙ୍କ ବଢ଼ୁଛି । ଏପରି ପରିସ୍ଥିତିରେ ଆଗକୁ ଲକଡାଉନ୍ ଭଳି ସ୍ଥିତି ଉପୁଜିପାରେ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ଡେଲଟା ଭାରିଆଣ୍ଟ ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା । ତେବେ ସବୁଠାରୁ ବଡ଼ ଚିନ୍ତାଜନକ କଥା ହେଉଛି ଏପର୍ଯ୍ୟନ୍ତ ଯେଉଁ ଟିକା ଗୁଡ଼ିକୁ ଅନୁମୋଦନ ଦିଆଯାଇଛି ସେସବୁ ଓମିକ୍ରନ୍ ଆଗରେ ଫିକା ପଡ଼ିବାରେ ଲାଗିଛି । ଓମିକ୍ରନ୍ ଆଗରେ ଟିକା ଗୁଡ଼ିକ ଫଳପ୍ରଦ ପୂର୍ଣ୍ଣ କାମ କରୁନାହିଁ । କେବଳ ଗୋଟିଏ ଆଶ୍ୱସ୍ତିକର କଥା ହେଉଛି ଟିକାନେଇଥିବା ବ୍ୟକ୍ତି ଯେଉଁ ମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ଠାରେ ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି ହେଉନାହିଁ ।

କୋଭିଡ୍ ବିପକ୍ଷରେ ବର୍ତ୍ତମାନ ବ୍ୟବହାର କରାଯାଉଥିବା ଟିକା ସବୁ କେତେ ପରିମାଣରେ ପ୍ରଭାବୀ ତାକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ରିସର୍ଚ୍ଚ ଜାରି ରଖିଛନ୍ତି । ଅନୁସନ୍ଧାନ ରିପୋର୍ଟରୁ ପ୍ରକାଶ ପାଇଛି ଯେ, ଯେଉଁ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି ଏବଂ ଯେଉଁମାନେ ଫାଇଜର୍ ଓ ମଡର୍ଣ୍ଣା ଟିକା ନେଇଛନ୍ତି ସେମାନେ ଓମିକ୍ରନ୍ ସଂକ୍ରମଣରୁ ବଞ୍ଚିତ ରହିଛନ୍ତି ।

ହେଲେ ଏହି ଦୁଇ ଟିକା କେବଳ ଆମେରିକା ବ୍ୟତୀତ ମାତ୍ର କିଛିଟା ଦେଶରେ ଉପଲବ୍ଧ ହେଉଛି । ଆଷ୍ଟ୍ରାଜେନିକା, ଜନସନ୍ ଆଣ୍ଟ ଜନସନ୍ ଓ ରୁଷର ଭାକସିନ୍, ଓମିକ୍ରନ୍ ବିରୋଧରେ ପ୍ରଭାବୀ ନୁହେଁ । ଏହି ପରିସ୍ଥିତିରେ ଓମିକ୍ରନ୍ କୁ ରୋକିବା ସମ୍ବବ ହେବ ନାହିଁ । ଫାଇଜର୍ ଓ ମଡର୍ଣ୍ଣା ଟିକା ନୂତନ ଏମଆରଏନଏ ଟେକ୍ନିକ୍ ଉପରେ ଆଧାରିତ । ତେଣୁ ଏହି ଦୁଇ ଟିକା ଓମିକ୍ରନ୍ ସଂକ୍ରମଣକୁ ରୋକିପାରିବାରେ ସଫଳ ହେଉଥିବା ଦେଖିବାକୁ ମିଳିଛି । ସେହିପରି ଚାଇନାରେ ପ୍ରସ୍ତୁତ ହୋଇଥିବା ସିନୋଫାର୍ମ ଓ ସିନୋବ୍ୟାକ୍ ଏହି ନୂତନ ଭାରିଆଣ୍ଟ୍ ବିରୋଧରେ ଆଦୌ ପ୍ରଭାବୀ ନୂହେଁ ।

ଏହି କ୍ରମରେ ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଓ କୋଭାକ୍ସିନ୍ ମଧ୍ୟ ଅତି ପ୍ରଭାବୀ ନୁହେଁ । କିନ୍ତୁ ଭାରତରେ ୯୦ ପ୍ରତିଶତ ଟିକାକରଣ ଏହି ଦୁଇ ଟିକା ଦ୍ୱାରା ହୋଇଛି । ଆଫ୍ରିକା ରେ ଏହାର ବ୍ୟାପକ ରୂପେ ବ୍ୟବହାର କରାଯାଇଛି ।

Get real time updates directly on you device, subscribe now.