fbpx

ବିବାହ ବନ୍ଧନରେ ବାନ୍ଧି ହେଲେ ସମଲିଙ୍ଗି ଯୋଡ଼ି: ୮ ବର୍ଷର ରିଲେସନ୍ ପରେ ଏବେ ହେଲେ ‘Husband-and-Husband’

ନୂଆଦିଲ୍ଲୀ: ଆମ ସମାଜରେ ସାଧାରଣ ଭାବେ ପୁରୁଷ ଓ ନାରୀଙ୍କ ବିବାହ ପ୍ରଥା ପ୍ରଚଳିତ ରହିଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ହ୍ରାଇଦ୍ରାବାଦରେ । ନିକଟରେ ଏକ ସମଲିଙ୍ଗି ଯୋଡ଼ି ନିଜର ବନ୍ଧୁ, ପରିଜନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହାଇଦ୍ରାବାଦଠାରୁ ଦୂରରେ ଅବସ୍ଥିତ ଏକ ରିସୋର୍ଟରେ ଏହି ଉତ୍ସବ ଧୁମଧାମରେ ପାଳିତ ହୋଇଥିବା ଜଣାପଡ଼ିଛି । କୋଲକାତାର ସୁପ୍ରିୟୋ ଚକ୍ରବର୍ତ୍ତୀ ଓ ଦିଲ୍ଲୀର ଅଭୟ ଡାଙ୍ଗ ପରସ୍ପରଙ୍କ ସହମତିରେ ବିବାହ କରିଛନ୍ତି । ତେବେ ଏହି ବିବାହ ସମୟରେ ଦୁହେଁ କେତେ ଖୁସି ଅଛନ୍ତି, ତାହା ସେମାନଙ୍କର ହସ ହସ ମୁଖରିତ ଫଟୋରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ।

୩୧ ବର୍ଷୀୟ ସୁପ୍ରିୟୋ ଓ ୩୪ ବର୍ଷୀୟ ଅଭୟ ବିବାହ ପୂର୍ବରୁ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ବେଙ୍ଗଳି ଓ ପଞ୍ଜାବୀ ରୀତିନୀତି ଅନୁଯାୟୀ ଏହି ସମାରୋହର ଆୟୋଜନ କରାଯାଇଥିଲା । ସୁପ୍ରିୟୋ ଏକ ପ୍ରସିଦ୍ଧ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଟ୍ୟୁଟର ଟିଚର ଭାବେ କାର୍ଯ୍ୟ କରୁଥିବା ବେଳେ ଅଭୟ ଦିଲ୍ଲୀର ଏକ ଏମଏନସିରେ କାର୍ଯ୍ୟ କରୁଛନ୍ତି । ଏହି ଯୋଡ଼ି ଗତ ୮ ବର୍ଷ ହେଲା ରିଲେସନସିପରେ ରହିଆସୁଥିବା ବେଳେ ଏବେ ‘ହଜବ୍ୟାଣ୍ଡ-ଆଣ୍ଡ-ହଜବ୍ୟାଣ୍ଡ’କୁ ରୂପାନ୍ତରିତ ହୋଇଛନ୍ତି । ଏହି ବିବାହ ସମାରୋହକୁ ହାଇଦ୍ରାବାଦର ଜଣେ ଟ୍ରାନ୍ସଭେଷ୍ଟିଟ ବ୍ୟକ୍ତି ସୋଫିଆ ଡେଭିଡ୍ ପରିଚାଳନା କରିଥିଲେ । ଏହି ବିବାହ ଉତ୍ସବରେ ସୁପ୍ରିୟୋ ଓ ଅଭୟଙ୍କର ପରିବାରବର୍ଗ, ବନ୍ଧୁ, ପରିଜନମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ । ତେବେ ଭାରତ ଧୀରେଧୀରେ ପରିବର୍ତ୍ତନ ଆଡ଼କୁ ଗତି କରୁଥିବା ନେଇ ମତ୍ୟବ୍ୟକ୍ତ କରିଛନ୍ତି ମ୍ୟାରେଜ୍ ପାର୍ଟିରେ ଅତିଥି ଭାବେ ଯୋଗଦେଇଥିବା ସାମ୍ବାଦିକ କିଙ୍ଗଶକ ନାଗ ।

Get real time updates directly on you device, subscribe now.