fbpx

ଓରାଲ ସେକ୍ସକୁ ନେଇ ଆଲାହାବାଦ ହାଇକୋର୍ଟଙ୍କ ବିବାଦୀୟ ନିଷ୍ପତ୍ତି, ମୁଖ୍ୟ ଶାସନ ସଚିବଙ୍କୁ ଶିଶୁ ସଂରକ୍ଷଣ ଆୟୋଗର ଚିଠି 

ଶିଶୁଙ୍କ ଉପରେ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ଆଲାହାବାଦ ହାଇକୋର୍ଟ ନିକଟରେ ରାୟ ଶୁଣାଇଥିଲେ ଯେ ପିଲାଙ୍କ ସହ ଓରାଲ ସେକ୍ସକୁ ଅତି ଅମ୍ଭୀର ଅପରାଧ ବୋଲି କୁହାଯିବ ନାହିଁ । ଏହା ସହ ଦୋଷୀଙ୍କ ଅଧା ଦଣ୍ଡ ମଧ୍ୟ କମ୍ କରିଥିଲେ । ଏବେ ଅଦାଲତଙ୍କ ଏହି ନିଷ୍ପତ୍ତି ନେଇ ଲୋକେ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏହି ମାମଲାରେ ରାଷ୍ଟ୍ରୀୟ ଶିଶୁ ସଂରକ୍ଷଣ ଆୟୋଗ ମଧ୍ୟ ହସ୍ତକ୍ଷେପ କରିଛି । ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ ଦାୟର କରିବାକୁ ରାଷ୍ଟ୍ରୀୟ ଶିଶୁ ସଂରକ୍ଷଣ ଆୟୋଗ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କ ପତ୍ର ଲେଖିଛନ୍ତି ।

ପ୍ରକୃତରେ ଉତ୍ତରପ୍ରଦେଶ ଝାନ୍ସୀର ତଳ କୋର୍ଟ ଓରାଲ ସେକ୍ସ ମାମଲାରେ ଅଭିଯୁକ୍ତକୁ ଦୋଷୀ କହିବା ସହ ୧୦ ବର୍ଷର ଦଣ୍ଡ ଶୁଣାଇଥିଲେ । ଏହି ମାମଲାରେ ତଳ କୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟରେ ଅପିଲ କରାଯାଇଥିଲା । ହାଇକୋର୍ଟ ଏହି ମାମଲାରେ ଓରାଲ ସେକ୍ସକୁ ଅତି ଗମ୍ଭୀର ଅପରାଧ ଶ୍ରେଣୀରୁ ଅଲଗା କରି ଦୋଷୀର ଦଣ୍ଡ ୧୦ ବର୍ଷରୁ ୭ ବର୍ଷକୁ କମାଇଦେଇଥିଲେ ଏବଂ ମାମଲାକୁ ଗମ୍ଭୀର ମାମଲା ନୁହେଁ ବୋଲି କହିଥିଲେ ।

ଏବେ ଏହି ମାମଲାରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟାଗ ଚିଠି ଲେଖି ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କ ପଦକ୍ଷେପ ନେବାକୁ କହିଛନ୍ତି । ଆୟୋଗ କହିଛି ଯେ ଆସୁଥିବା ଅଭିଯୋଗର ଯାଞ୍ଚ କରିବା  ଏବଂ ମାମଲା ଗୁଡ଼ିକରେ ନିଜେ ତଦାରଖ କରିବା ଏବଂ ଶିଶୁ ଅଧିକାରର ଉଲ୍ଲଘଂନ, ସୁରକ୍ଷା ପ୍ରଦାନ କରୁଥିବା କାନୁନ ପାଳନ ନ କରୁଥିବା ଉପରେ ପଦକ୍ଷେପ ନିଆଯାଉ । ଏହା ସହ ଶିଶୁଙ୍କ ଉପରେ ହେଉଥିବା ଅପରାଧର ଗମ୍ଭୀରତାର ସହ ଧ୍ୟାନ ଦେବାକୁ ଅପିଲ କରିଛି ଆୟୋଗ ।

Get real time updates directly on you device, subscribe now.