fbpx

ସାରା-ଧନୁଷଙ୍କ ଜବରିୟା ଶାଦି: ଦେଖନ୍ତୁ ସାରାଙ୍କ ମଡର୍ଣ୍ଣ ଦ୍ରୌପଦୀ ଅବତାର

ମୁମ୍ବାଇ: ଅକ୍ଷୟ କୁମାର, ଧନୁଷ ଏବଂ ସାରା ଅଲୀ ଖାନଙ୍କ ଅଭିନୀତ ଫିଲ୍ମ ଅତରଙ୍ଗୀ ରେ ର ଟ୍ରେଲର ରିଲିଜ ହୋଇ ଯାଇଛି । ଆନନ୍ଦ ଏଲ ରାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି । ଧନୁଷ ଜଣେ ତାମିଲ ଯୁବକ ଭିସୁର ଚରିତ୍ରରେ ନଜର ଆସିଛନ୍ତି । ଧନୁଷ ଏବଂ ସାରାଙ୍କୁ ଜବରଦସ୍ତି ବିବାହ କରାଇ ଦିଆଯାଉଛି । ସାରା କିନ୍ତୁ ଅକ୍ଷୟଙ୍କୁ ପ୍ରେମ କରନ୍ତି ।

କାହାଣୀ ଗତିଶୀଳ ହେବା ସହିତ ସାରା ଧୀରେ ଧୀରେ ଧନୁଷଙ୍କୁ ମଧ୍ୟ ପ୍ରେମ କରି ବସନ୍ତି । ଏପରିକି ଟ୍ରେଲରର ଗୋଟିଏ ଦୃଶ୍ୟରେ ସାରା କହୁଛନ୍ତି, ଯଦି ଜଣେ ଝିଅ ଏକା ସାଥୀରେ ଦୁଇ ଜଣଙ୍କୁ ଭଲ ପାଉଛି ଏଥିରେ ଅସୁବିଧା କଣ । ସାରାଙ୍କୁ ମଡର୍ଣ୍ଣ ଦ୍ରୌପଦୀର ରୂପ ଦେଇଛନ୍ତି ନିର୍ଦ୍ଦେଶକ । ଏହି ଫିଲ୍ମଟି ଆସନ୍ତା ଡିସେମ୍ବର ୨୪ ତାରିଖରେ ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ଗୁରୁବାର ଦିନ ଏହି ଫିଲ୍ମର ସମସ୍ତ କଳାକାରଙ୍କ କ୍ୟାରେକ୍ଟର ଲଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.