fbpx

‘ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଠିକ୍ ନୁହେଁ’- ଆହ୍ଲାବାଦ୍ ହାଇକୋର୍ଟ, ଦେଲେ ଯୋଦ୍ଧା-ଆକବରଙ୍କ ଉଦାହରଣ

ଆହ୍ଲାବାଦ୍: ଉତ୍ତର ପ୍ରଦେଶରେ ଲଭ୍ ଜିହାଦ୍ ମାମଲା ବଢ଼ୁଥିବା ବେଳେ ଏବେ ଏହି ଘଟଣାକ୍ରମରେ ଏଣ୍ଟ୍ରି ମାରିଛି ଆକବର୍ ଓ ଯୋଦ୍ଧାବାଇଙ୍କର କାହାଣୀ । ଆହ୍ଲାବାଦ୍ ହାଇକୋର୍ଟ କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହି ମାମଲାର ଶୁଣାଣି କରିବା ସମୟରେ ଆହ୍ଲାବାଦ୍ ହାଇକୋର୍ଟ ମୋଗଲ୍ ବାଦଶାହ ଆକବର୍ ଓ ଯୋଦ୍ଧାବାଇଙ୍କର କାହାଣୀର ଉଦାହରଣ ଦେଇଛନ୍ତି । ଆଉ କହିଛନ୍ତି ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ, ଆକବର୍- ଯୋଦ୍ଧାବାଇଙ୍କର ବିବାହରୁ ଶିକ୍ଷା ଗ୍ରହଣ କରି ଅନାବଶ୍ୟକ ଧର୍ମ ପରିବର୍ତ୍ତନ କରିବା ଠାରୁ ବର୍ତ୍ତି ପାରିବା ।

ଆକବର୍ ଓ ଯୋଦ୍ଧାବାଇ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିନଥିଲେ ଓ ବିବାହ କରିଥିଲେ । ସେମାନେ ଦୁହେଁ ଦୁହିଁଙ୍କର ସମ୍ମାନ କରିଥିଲେ । ଏଥିସହିତ ଧାର୍ମିକ ଭାବନାର ଆଦର କରିଥିଲେ । ଦୁହିଁଙ୍କର ସମ୍ପର୍କରେ ଧର୍ମ କେବେ ବି ଫାଟ ସୃଷ୍ଟି କରିପାରିନି ।

ସୂଚନାଯୋଗ୍ୟ, ୟୁପିର ଏଟା ଜିଲ୍ଲାର ଜାଭେଦ୍ ଗୋଟିଏ ହିନ୍ଦୁ ଯୁବତୀଙ୍କୁ କଥାଛଳରେ ନେଇ ତାକୁ ବିବାହ କରିଥିଲା । ପରେ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରିଥିଲା ଓ ଦସ୍ତାବିଜ୍ ରେ ଦସ୍ତଖତ ଳମଧ୍ୟ କରାଇ ନେଇଥିଲା । ଧର୍ମ ପରିବର୍ତ୍ତନ କରିବାର ଏକ ସପ୍ତାହ ମଧ୍ୟରେ ବିବାହ ହୋଇଥିଲା । ହେଲେ ପରେ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହିତ ଧୋକା ହୋଇଛି । ତେଣୁ ଯୁବତୀଙ୍କ ବୟାନ ଆଧାରରେ ଜାଭେଦ୍ ଙ୍କୁ ଗିରଫ କରାଯାଇଥିଲା । ଏହି ମାମଲା ଫଇସଲା କରିବାକୁ ଯାଇ ଆହ୍ଲାବାଦ୍ ହାଇକୋର୍ଟ ଏହି ରାୟ ଶୁଣାଇଥିଲା ।

Get real time updates directly on you device, subscribe now.