fbpx

ରିମାଣ୍ଡରେ ଗଲେ କୋଟିପତି ପିଏସ୍ ବିରଞ୍ଚି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗିରଫ ହୋଇଥିବା କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ । କୋଟିପତି ପିଏସଓଙ୍କୁ ଭିଜିଲାନ୍ସ ୪ ଦିନିଆ ରିମାଣ୍ଡରେ ନେଇଛି । ଓଏସଏସସିର ଅନ୍ୟ କୌଣସି ସଦସ୍ୟଙ୍କ ସମ୍ବନ୍ଧ ରହିଛି କି ନାହିଁ ଏ ସମ୍ପର୍କରେ ଭିଜିଲାନ୍ସ ପଚରାଉଚୁରା କରିବ ବୋଲି ଜଣାପଡିଛି । ଓଏସଏସସିର କିରାଣୀ ଭାବରେ କାର୍ଯ୍ୟ କରୁଥିବା ବିରଞ୍ଚିଙ୍କ ଘରେ ୩୧ ତାରିଖ ଦିନ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଭିଜିଲାନ୍ସ ଚଢାଉରେ ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ସହିତ ନଗଦ ୧୨ ଲକ୍ଷ ଟଙ୍କା ଜବତ କରିଥିଲା ।

ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ୧୪ଟି ପ୍ଲଟ ମଧ୍ୟ ଠାବ କରାଯାଇଛି । ଭିଜିଲାନ୍ସ ପକ୍ଷରୁ କୋଟିପତି ପିଏସଙ୍କୁ ଗିରଫ କରାଯାଇଥିବା ବେଳେ ସୋମବାର ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.