fbpx
BSKY
BJD SHG SKY
BJD YOUTH SKY

(Video)ପୁଣି ବିବାଦରେ ଫସିଲେ ବଡ଼ସାହି ତହସିଲଦାର: ୫ରୁ ୭ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ବଡ଼ସାହି(ଓଡ଼ିଶା ଭାସ୍କର): ପୁଣି ଥରେ ବିବାଦ ଘେରରେ ଫସିଛନ୍ତି ବଡ଼ସାହି ତହସିଲଦାର । ବଡ଼ସାହି ତହସିଲଦାରଙ୍କ ନାଁରେ ପୁଣି ଆସିଛି ଲାଞ୍ଚନା ଅଭିଯାଗ । ତହସିଲଦାର ୫ ରୁ ୭ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ବାଲିଘାଟ ନେଇଥିବା ଲିଜଧାରୀ ପ୍ରଦୀପ ବିନ୍ଧାଣି । ମୟୂରଭଞ୍ଜ ଜିଲ୍ଲା ବୁଢାବଳଙ୍ଗ ନଦୀରୁ ଦୁଇଟି ବାଲି ସୈରାତରୁ କୋଟି କୋଟି ଟଙ୍କାର ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ବଡ଼ସାହି ଥାନା ଛେଳିଆ-ପୁନ୍ଦାଳ ଗାଁର ରାଧା ମୋହନ ସିଂ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ ଜାତୀୟ ସବୁଜ ପ୍ରାଧିକରଣ ବା ନ୍ୟାସନାଲ ଗ୍ରୀନ ଟ୍ୟୁବନାଲ(ଏନଜିଟି) ଇଷ୍ଟର୍ଣ୍ଣ ଜୋନ ବେଞ୍ଚ କଲିକତା ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳ ସମେତ ୧୬ଜଣଙ୍କୁ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଥିଲେ । ଏନଜିଟି ଟିମ ସହିତ ମୟୂରଭଞ୍ଜ ଜିଲ୍ଲାର ଚାରିଜଣିଆ କମିଟି ଗଠନ କରାଯାଇ ବଡ଼ସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଡିଙ୍ଗିରା ଓ ଆରପଟ୍ଟା ଘାଟ ସମେତ ଅନ୍ୟାନ୍ୟ ଘାଟରେ ତଦନ୍ତ ହୋଇଛି ।

ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ କତ୍ତୃର୍ପକ୍ଷ ପ୍ରଦୀପ୍ତ କୁମାର ନାୟକ (ବରିଷ୍ଠ ବୈଜ୍ଞାନିକ), ରାଜ୍ୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ମିତ୍ରସେନ ମାଝୀ, ଜିଲ୍ଲାପାଳଙ୍କ ପ୍ରତିନିଧି ଓ ଜିଲ୍ଲା ଖଣି ଅଧିକାରୀଙ୍କୁ ନେଇ ଏକ ୪ଜଣିଆ କମିଟି ୨ଟି ବାଲିଘାଟର ତଦନ୍ତ ଶେଷ କରିଛନ୍ତି ।

ଅନ୍ୟପଟେ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଦୀର୍ଘ ଦିନ ଧରି ଯଦି ତହସିଲଦାରଙ୍କ ଆଖି ସମ୍ମୁଖରେ ବେଆଇନ ବାଲି ଚାଲାଣ ହେଉଥିଲା, ତେବେ ତହସିଲଦାର କାହିଁକି ପଦକ୍ଷେପ ନେଉ ନ ଥିଲେ ବୋଲି ଏକ ବଡ଼ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ବଡ଼ସାହି ତହସିଲଦାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ମୁହଁ ଲୁଚାଇ ଗାଡ଼ି ଭିତରକୁ ପଶି ଯାଇଥିଲେ । ତେଣୁ ଏନେଇ ଜିଲ୍ଲାପାଳଙ୍କ ଉପରେ ବି ଆଙ୍ଗୁଠି ଉଠୁଛି । ତେଣୁ କେତେ ଶୀଘ୍ର ତଦନ୍ତ ହେଉଛି, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.