fbpx
BSKY
BJD SHG SKY
BJD YOUTH SKY

ସାମାନ୍ୟ ଜମି ପାଇଁ ପୁଅ ସାଜିଲା ସଇତାନ୍: ମା’କୁ ନିର୍ଦ୍ଦୟ ଭାବେ ଘୋଷାରି ଘୋଷାରି ପିଟିଥିବାର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ମା’ ପ୍ରତି ପୁଅର ନିଷ୍ଠୁର ବ୍ୟବହାର ଓ କ୍ରୁରତା ମାମଲା ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଜିଲ୍ଲାର କପ୍ତାନଗଞ୍ଜ ଥାନା ମଦନପୁରା ଗାଁରେ ଜମି ପାଇଁ କଳିଯୁଗର ପୁଅ ନିଜ ଜନ୍ମକଲା ମା’କୁ ନିର୍ମମ ଭାବେ ମାଡ଼ ମାରିଛି । ମଝିରେ ଆସି ରକ୍ଷାକରିବାକୁ ଚେଷ୍ଟା କରୁଥିବା ଭାଇକୁ ବି ସେ ଛୁରୀରେ ଆକ୍ରମଣ କରି ଓଠ କାଟିଦେଇଛି, ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଜମି ବଣ୍ଟାକୁ ନେଇ ୩ ଭାଇ ଗୋପାଳ, ଅର୍ଜୁନ ଓ ସଞ୍ଜୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କୁହାଯାଉଛି ଯେ, ୨ ଭାଇ ଗୋପାଳ ଓ ସଞ୍ଜୟ ନିଜ ଭାଇ ଅର୍ଜୁନକୁ ଭାଗବଣ୍ଟାରେ କମ୍ ଜମି ଦେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ମା’ ମୁନାକ୍କା ଦେବୀ ଏହି ୩ ଭାଇଙ୍କ ମଧ୍ୟରେ ସମ୍ପତ୍ତି ସମାନ ଭାବେ ବାଣ୍ଟିବାକୁ ଚାହୁଁଥିଲେ । ଏହି କାରଣ ଯୋଗୁଁ ବୟସ୍କା ମୁନକ୍କା ଦେବରୀଙ୍କୁ ତାଙ୍କ ପୁଅ ଗୋପାଳ ନିର୍ମମ ଭାବେ ପିଟିଥିଲେ । କଳିଯୁଗର ପୁଅ ଦ୍ୱାରା ମା’କୁ ମାରପିଟ୍ କରାଯାଇଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ବୃଦ୍ଧ ମାଆଙ୍କୁ କିପରି ତାଙ୍କ ପୁଅ ଘୋଷାରି ଘୋଷାରି ନେଇ ମାରପିଟ୍ କରୁଛି, ତାହା ଦେଖିବାକୁ ମିଳିଛି । ଏଥିସହିତ ତାଙ୍କ ମାଆଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରୁଥିବା ଅର୍ଜୁନଙ୍କୁ ତାଙ୍କ ଭାଇ ସଞ୍ଜୟଙ୍କୁ ଧରି ପକାଇଥିଲେ ଓ ସେହି ସମୟରେ ଗୋପାଳ ଅର୍ଜୁନଙ୍କ ଓଠ କାଟିଥିଲେ । ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.