fbpx

ହିତାଧିକାରୀଙ୍କ ପାଇଁ ଖୁସି ଖବର: ଘରେ ପହଞ୍ଚିବ ଭତ୍ତା

ଭୁବନେଶ୍ୱର,୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ କାଲିଠାରୁ ଲକଡାଉନ୍ ଲାଗୁ ହେବାକୁ ଯାଉଛି । ଏହାରି ମଧ୍ୟରେ ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ହିତାଧିକାରୀଙ୍କ ଘରେ ପହଞ୍ଚାଯିବ ବିଭିନ୍ନ ସାମାଜିକ ସୁରକ୍ଷା ଭତ୍ତା । କରୋନା ସତର୍କତା ପାଇଁ ଏଭଳି ସାମୟିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହା ଫଳରେ ପ୍ରାୟ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ବିଭିନ୍ନ ବୈଷୟିକ ଶିକ୍ଷା ନେଉଥିବା ଭିନ୍ନକ୍ଷମ ପିଲାଙ୍କ ଟ୍ୟୁସନ ଫି’ ଛାଡ ହେବ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.