fbpx

ମନୋଜ ଦାସଙ୍କ ନାଁରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪/୫(ଓଡିଶା ଭାସ୍କର): ସ୍ୱର୍ଗତ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା ହୋଇଛି । ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ହାଇସ୍କୁଲ ପିଲାଙ୍କ ପାଇଁ ମନୋଜ ବିକାଶ ସାହିତ୍ୟ ପ୍ରତିଭା ପୁରସ୍କାର ରହିଛି। ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଗୋଟିଏ ଲେଖାଏଁ ପୁରସ୍କାର ଦିଆଯିବ। ପୁରସ୍କାର ବାବଦରେ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହା ସହ ଶଙ୍ଖାରୀ ଗାଁ ଘରକୁ ମନ୍ମଥ ମନୋଜ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସେଠାରେ ମନ୍ମଥ ଦାଶ, ମନୋଜ ଦାଶଙ୍କ ରଚିତ ବହିରେ ଲାଇବ୍ରେରୀ ହେବ।

Get real time updates directly on you device, subscribe now.