fbpx

ସାମସଙ୍ଗର ବଡ ଘୋଷଣା, କରୋନା ସହିତ ଲଢିବା ପାଇଁ ଦେବ ୩୭ କୋଟିର ସହାୟତା

ନୂଆ ଦିଲ୍ଲୀ, ୦୪/୦୫: ଭାରତରେ କରୋନା ଭାଇରସ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଦେଶରେ ବଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି । ଏହି ସମୟରେ ବିଭିନ୍ନ ଟେକ କଂପାନୀମାନେ ସାହଯ୍ୟର ହାତ ବଢାଇଛନ୍ତି । ଏହି ପରିପ୍ରେକ୍ଷୀରେ ସାଉଥ କୋରିଆନ କଂପାନୀ ସାମସଙ୍ଗ ମଧ୍ୟ ସାହାଯ୍ୟର ହାତ ବଢାଇଛି ।
ସାମସଙ୍ଗ କଂପାନୀ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କଂପାନୀ କୋଭିଡ ବିରୋଧ ଲଢେଇ ପାଇଁ ଭାରତକୁ ୩୭ କୋଟି ଟଙ୍କା ସହାୟତା ପ୍ରଦାନ କରିବ । ସାମସଙ୍ଗ କହିଛି ଭାରତରେ କଂପାନୀ ଦେଇଥିବା ଏହି ସହାୟତା ରାଶିକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଦିଆଯିବ ଫଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦରକାରୀ ମେଡିକାଲ ଉପକରଣ ଯୋଗାଯାଇପାରିବ ।
କଂପାନୀ କହିଛି ଏହି ନିଷ୍ପତ୍ତି କଂପାନୀ ଭାରତର ବିଭିନ୍ନ ଷ୍ଟେକ ଡିଳରଙ୍କ ସହ କଥାବାର୍ତ୍ତା ପରେ ନିଆଯାଇଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ସହ ମଧ୍ୟ ଯୋଗାଯୋଗ କରାଯାଇଛି ।
ସାମସଙ୍ଗ ନାଗରିକତା ପଦକ୍ଷେପରେ ୫ ମିଲିୟନ ଡଲାର ଫଣ୍ଡରୁ ୩ ମିଲିୟନ ଡଲାର କେନ୍ଦ୍ର ସରକାର, ଉତ୍ତର ପ୍ରଦେଶ ଏବଂ ତାମିଲନାଡୁ ସରକାରଙ୍କୁ ଦେବା ପାଇଁ ଘୋଷଣା କରିଛି । ବାକି ୨ ମିଲିୟନ ଡଲାରର ମେଡିକାଲ ଉପକରଣ ଯୋଗାଇବ । ଏଥିରେ ୧୦୦ ଅକ୍ସିଜେନ କନସେନଟ୍ରେଟର, ୩୦୦୦ ଅକ୍ସିଜେନ ସିଲିଣ୍ଡର ଏବଂ ୧୦ ଲକ୍ଷ LDS(Low Dead Space Syringe)  ରହିଛି । ଏହାକୁ ଉତ୍ତର ପ୍ରଦେଶ ଏବଂ ତାମିଲନାଡୁରେ ଦିଆଯିବ ।
ସାମସଙ୍ଗର କହିବା ଅନୁସାରେ, ଲୋ ଡେଡ ସ୍ପେସ ସିରିଞ୍ଜ ଥିବାରୁ ଟୀକା ବ୍ୟବହାରକୁ ସର୍ବୋତ୍କୃଷ୍ଟ କରାଯିବ । ପୂର୍ବରୁ ଥିବା ସିରିଞ୍ଜରେ, ବ୍ୟବହାର ପରେ ମଧ୍ୟ ବହୁ ପରିମାଣର ଟିକା ରହିଥାଏ, ଏହି ଟେକ୍ନୋଲୋଜି ପୂର୍ବ ସିରିଞ୍ଜ ଅପେକ୍ଷା ୨୦% ଅଧିକ ଦକ୍ଷତା ପ୍ରଦାନ କରିବ । କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ ଯଦି ପୂର୍ବରୁ ବ୍ୟବହାର ହେଉଥିବା ସିରିଞ୍ଜରୁ ୧ ମିଲିୟନ୍ ଡୋଜ ଦିଆଯାଏ, ତେବେ ଏଲଡିଏସ ସିରିଞ୍ଜ ବ୍ୟବହାର କରି ସମାନ ଟୀକାରେ ୧.୨ ମିଲିୟନ୍ ଡୋଜ ଦିଆଯାଇପାରିବ।
ସାମସଙ୍ଗ କହିଛି ଯେ ପିପୁଲ୍ସ ଇନିସିଏଟିଭ୍ ଅନ୍ତର୍ଗତ କମ୍ପାନୀ ଏହାର ସମସ୍ତ ୫୦ ହଜାର ଯୋଗ୍ୟ କର୍ମଚାରୀ ଏବଂ ହିତାଧିକାରୀଙ୍କ ଟୀକାକରଣକୁ ବହନ କରିବ। ଏହି କର୍ମଚାରୀଙ୍କ ବ୍ୟତୀତ ସାମସଙ୍ଗର ଅଭିଜ୍ଞତା ପରାମର୍ଶଦାତା, ସାମସଙ୍ଗର ଇଲେକ୍ଟ୍ରୋନିକ୍ ଷ୍ଟୋର୍‌ଗୁଡିକରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକାକରଣରେ କରାଯିବ ଅନ୍ତର୍ଭୁକ୍ତ କରାଯିବ ।
ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲରେ ସାମସଙ୍ଗ ମଧ୍ୟ କରୋନା ସହ ଲଢିବା ପାଇଁ ଭାରତକୁ ୨୦ କୋଟି ଟଙ୍କା ଦାନ କରିଥିଲା। ଏଥିରେ ନୋଏଡା ସ୍ଥାନୀୟ ପ୍ରଶାସନ ଅନ୍ତର୍ଭୁକ୍ତ ଥିଲା ଯେଉଁଠାରେ କମ୍ପାନୀ ପିପିଇ କିଟ୍ ଏବଂ ମାସ୍କ ଦାନ କରିଥିଲା ।

Get real time updates directly on you device, subscribe now.