fbpx

ଏଣିକି ଘରକୁ ଯାଇ ଏତଲା ଆଣିବ ପୋଲିସ

ଭୁବନେଶ୍ୱର,୪/୫(ଓଡିଶା ଭାସ୍କର): ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ କାଲିଠାରୁ ଲକଡାଉନ ଲାଗୁହେବାକୁ ଯାଉଛି। ଲକଡାଉନ ବେଳେ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗ ଥିଲେ ଏଣିକି ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ। ଲକଡାଉନରେ ଥାନାକୁ ଲୋକଙ୍କୁ ନଆସିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଅଭିଯୋଗ ଥିଲେ ଲୋକମାନେ ଫୋନରେ ଜଣାଇବେ। ୧୦୦ କିମ୍ବା ସମ୍ପୃକ୍ତ ଥାନା ନମ୍ବରରେ ଅଭିଯୋଗକାରୀ ଫୋନ କରି ଜଣାଇ ପାରିବେ।

Get real time updates directly on you device, subscribe now.