fbpx

ଅଲ୍ଲୁ ଅର୍ଜୁନଙ୍କୁ ମିଳିବ ଏହି ପୁରସ୍କାର : ସିମ୍ମାରେ ପୁଷ୍ପାର ଜଲୱା

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁଅର୍ଜୁନଙ୍କୁ ଦର୍ଶକ ମନରୁ ଭୁଲି ନଥିବା ବେଳେ ପୁଣି ଥରେ ତାଙ୍କ ଜଲୱା ଦେଖିବାକୁ ମିଳିବ । ତେବେ ‘ସିମ୍ମା’ ଆୱାର୍ଡରେ ଅଲ୍ଲୁ ଅର୍ଜୁନ ‘ପୁଷ୍ପା’ ଷ୍ଟାଇଲରେ ନଜର ଆସିଛନ୍ତି । ଏହା ପୂର୍ବରୁ ତାଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ ଶୋ ରେ ପୁଷ୍ପା ଚଳଚିତ୍ର ପାଇଁ ‘ଫିଲ୍ମ ଅଫ୍ ଦି ଇୟର’ର ଟ୍ୟାଗ୍ ଦିଆ ଯାଇଥିଲା । ସେହିପରି ବର୍ତ୍ତମାନ ‘ସିମ୍ମା’ ଆୱାର୍ଡ ଶୋ ରେ ଏହି ଚଳଚ୍ଚିତ୍ର ତେଲୁଗୁ ଶ୍ରେଷ୍ଠ ଚଳଚ୍ଚିତ୍ରର ଆଖ୍ୟା ପାଇଛି । ଏଥି ସହିତ ଅଲ୍ଲୁ ଅର୍ଜୁନଙ୍କୁ ପୁଷ୍ପା ଚଳଚିତ୍ର ପାଇଁ ‘ଶ୍ରେଷ୍ଠ ଅଭିନେତା’ ଭାବରେ ମନୋନୀତ କରାଯାଇଛି। ଏହା ସହିତ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ପୂଜାହେଗଡେ’ ମୋଷ୍ଟ ଏଲିଜିବଲ ବ୍ୟାଚେଲର୍ ପାଇଁ ମନୋନୀତ ହୋଇଛନ୍ତି ।

ପ୍ରକୃତରେ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ (SIIMA 2022) ବାଙ୍ଗାଲୋରରେ ୧୦ ସେପ୍ଟେମ୍ବରରେ ଉଦ୍ଘାଟିତ ହୋଇଥିଲା । ଏହି ଆୱାଡ ଶୋ ରେ ଆଞ୍ଚଳିକ ଭାଷା (ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ) ସିନେମା ପାଇଁ ଅଭିନେତାମାନଙ୍କୁ ପୁରସ୍କୃତ କରାଯାଏ । ଏହି ପରିପେକ୍ଷୀରେ , ଅଲୁ ଅର୍ଜୁନଙ୍କ ପୁଷ୍ପାର ଜଲୱା ଦେଖିବାକୁ ମିଳିଥିଲା ।ଏଥିପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ କରାଯାଇଛି । ସେହିପରି ‘ବେଷ୍ଟ ଆକ୍ଟର କ୍ରିଟିକ୍ସ’ ଭାବରେ ବାଲକ୍ରିଷ୍ଣା ନନ୍ଦମୁରୀଙ୍କୁ ଏହି ଆୱାର୍ଡ ମିଳିଛି ।

ଏତତ୍ ବ୍ୟତୀତ ଅଲୁ ଅର୍ଜୁନଙ୍କ ଅଭିନିତ ଫିଲ୍ମ ‘ପୁଷ୍ପା ଦ ରାଇସ୍’ ଏହି ଆୱାର୍ଡ ଶୋ ରେ ୧୨ ଟି ଭୋଟ ପାଇଥିବା ବେଳେ ବାଲକୃଷ୍ଣ ନନ୍ଦାମୁରୀଙ୍କ ‘ଅଖଣ୍ଡା’କୁ ୧୦ ଟି ଭୋଟ ମିଳିଥିଲା ।
ଏହି ‘ସିମ୍ମା’ ଆୱାଡ ଶୋ ରେ ଦିବଙ୍ଗତ କନ୍ନଡ ଅଭିନେତା ‘ପୁନିତ ରାଜକୁମାର’ଙ୍କୁ କନ୍ନଡ ସିନେମାର ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ କରାଯାଇଥିଲା । ତାଙ୍କ ଅଭିନିତ ଫିଲ୍ମ ‘ୟୁର୍ଦ୍ଭଥନା’ ପାଇଁ ଏହି ପୁରସ୍କାର ଦିଆଯାଇଥିଲା ।

ଏଥି ସହିତ ଆଶିକା ରଙ୍ଗନାଥ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ମନୋନୀତ ହୋଇଥିଲେ । ତାଙ୍କୁ ‘ମାଧଗାଜା’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ଏହି ଆୱାର୍ଡ ଶୋ ରେ ଦର୍ଶକମାନଙ୍କୁ ବଲିଉଡ୍ ଆକ୍ଟର ‘ରଣବୀର ସିଂ’ଙ୍କ ଜଲୱା ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କୁ ଦକ୍ଷିଣ ଭାରତର ସବୁଠାରୁ ‘ଲୋକପ୍ରିୟ ହିନ୍ଦୀ ଅଭିନେତା’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଧଳା ରଙ୍ଗର ସୁଟରେ ଦେଖିବାକୁ ମିଳିଥିଲା ।

 

Get real time updates directly on you device, subscribe now.