fbpx

IMD Warning: ଆସନ୍ତା ୩-୪ ଦିନ ମଧ୍ୟରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ମୋସୁମୀ ସକ୍ରିୟ ହୋଇ ଉଠିଛି । ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଲାଣି । ଆସନ୍ତା ୩-୪ ଦିନ ମଧ୍ୟରେ କିଛି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା, ଉତ୍ତରାଖଣ୍ଡ, ବିହାର, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ଅଞ୍ଚଳ ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବର୍ଷା ଆଲର୍ଟ ଜାରି କରାଯାଇଛି ।

ଉତ୍ତର ଭାରତରୁ ଆରମ୍ଭ କରି ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ମୌସୁମୀ ପ୍ରବାହ ଆକ୍ଟିଭ୍ ହୋଇଯାଇଛି । ମୌସୁମୀ ବାୟୁର ସ୍ଥିତି ଦକ୍ଷିଣ ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୪-୫ ଦିନ ଦକ୍ଷିଣାଞ୍ଚଳରେ ବର୍ଷା ଜାରି ରହିବ । ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଚାପ କାରଣରୁ ଓଡ଼ିଶାରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ଆଇଏମଡି ପୂର୍ବାନୁମାନ କରିଛି । ତେଣୁ ରାଜ୍ୟର ଦକ୍ଷିଣ ଅଞ୍ଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଉତ୍ତରାଖଣ୍ଡର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଉତ୍ତରକାଶୀରେ ଗଙ୍ଗୋତ୍ରେୀ ଓ ଯମୁନେତ୍ରୀ ଅଞ୍ଚଳରେ ବର୍ତ୍ତମାନ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗତକାଲି ସାମାନ୍ୟରୁ ହାଲୁକା ବର୍ଷା ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ ରହିଥିଲା ।

Get real time updates directly on you device, subscribe now.