fbpx

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ Almond ; ନଚେତ ହୋଇପାରେ ଏହି ସମସ୍ୟା

ଆଲମଣ୍ଡ ଖାଇବା ସ୍ୱାସ୍ଥ୍ୟପାଇଁ ବହୁତ ଲାଭ ଦାୟକ ହୋଇଥାଏ । କାରଣ ଏଥିରେ ଅନେକ ଔଷଧୀୟ ଗୁଣ ରହିବା ସହ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ,ଭିଟାମିନ, ପ୍ରୋଟିନ୍, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ ଏବଂ ମିନେରାଲ ରହିଥାଏ । ଯାହାକି ଶରୀରକୁ ସୁସ୍ଥ ରଖିବା ସହ ଅନେକ ପ୍ରକାର ଫାଇଦା ମଧ୍ୟ ଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଆଲମଣ୍ଡ ଖାଇବାକୁ ବାରଣ କରାଯାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଲୋକଙ୍କ ପାଇଁ ବାରଣ ଆଲମଣ୍ଡ ସେବନ ।

କିଡନୀ ରୋଗୀ: ବିଶେଷଜ୍ଞମାନଙ୍କ ମତରେ ଯେଉଁ ବ୍ୟକ୍ତିମାନଙ୍କର କିଡନୀ ଜନିତ ସମସ୍ୟା ଥାଏ , ସେମାନେ ଆଲମଣ୍ଡ ସେବନ କରିବା ଉଚିତ ନୁହେଁ । କାରଣ ଆଲମଣ୍ଡରେ ଆକ୍ସଲେଟ୍ ଅଧିକ ପରିମାଣରେ ରହିଥାଏ । ଯାହାକି କିଡନୀ ଷ୍ଟୋନକୁ ବଢାଇବାରେ ସାହାଯ୍ୟ କରେ । ତେଣୁ କିଡନୀ ସମସ୍ୟା ଥିବା ବ୍ୟକ୍ତିମାନେ ଆଲମଣ୍ଡ ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ।

ଆଲର୍ଜି: ଯେଉଁ ବ୍ୟକ୍ତିମାନଙ୍କର ଆଲର୍ଜି ଜନିତ ସମସ୍ୟା ଅଛି ସେମାନେ ଆଲମଣ୍ଡ ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଆଲମଣ୍ଡରେ ଆମନଡାଇନ୍ ନାମକ ଏକ ପ୍ରୋଟିନ ପ୍ରଚୁର ପରିମାଣରେ ରହିଥାଏ । ଯାହାକି ଆଲର୍ଜି ସମସ୍ୟାକୁ ଅଦିକ ବଢାଇଦିଏ । ତେଣୁ ଏପରି ସମସ୍ୟା ଥିବା ବ୍ୟକ୍ତି ଆଲମଣ୍ଡ ସେବନ କରନ୍ତୁ ନାହିଁ ।

ଶ୍ୱାସ ରୋଗ: ଯେଉଁ ବ୍ୟକ୍ତିମାନଙ୍କର ଶ୍ୱାସ ଜନିତ ସମସ୍ୟା ଅଛି ସେମାନେ ଆଲମଣ୍ଡ ଠାରୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଆଲମଣ୍ଡରେ ହାଇଡ୍ରୋକାୟାନିକ୍ ଏସିଡ୍ ଥାଏ । ଯାହା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରେ । ଯଦି ଆପଣଙ୍କର ନିଶ୍ୱାସ ପ୍ରଶ୍ୱାସନେବାରେ କୌଣସି ଅସୁବିଧା ଥାଏ , ତେବେ ଅଧିକ ମାତ୍ରାରେ ଆଲମଣ୍ଡ ସେବନ ଆପଣଙ୍କୁ ବିପଦରେ ପକାଇ ପାରେ । ତଣୁ ଏହାଠାରୁ ଆପଣ ନିଜକୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.