fbpx

ଏହି ସ୍ଥାନରେ ମୃତ୍ୟୁ ପରେ ଶବକୁ ଦିଅନ୍ତି ନାହିଁ କବର: ପ୍ରଥାକୁ ମାନି ବର୍ଷ ବର୍ଷ ଧରି ଘରେ ରଖନ୍ତି ଶବ

ନୂଆଦିଲ୍ଲୀ:ଦୁନିଆରେ ଏପରି ଅନେକ ଜନଜାତି ଅଛି ଯାହା ବିଷୟରେ ଆପଣମାନେ ଜାଣି ନଥିବେ । ଅନେକ ଜନଜାତି ନିଜର ପୁରୁଣା ସମୟର ରୀତିନୀତି ଅନୁସରଣ କରି ନିଜର ବିଶ୍ୱାସ ଅନୁଯାୟୀ ଜୀବନ ଅତିବାହିତ କରନ୍ତି । ଏପରି ଅନେକ ଦେଶ ଅଛି ଯେଉଁଠାରେ ଆଜି ମଧ୍ୟ ଲୋକମାନେ ବାସ କରନ୍ତି ଏବଂ ସେମାନଙ୍କ ପୂର୍ବପୁରୁଷ ଅନୁସରଣ କରୁଥିବା ପରମ୍ପରାକୁ ଅନୁସରଣ କରନ୍ତି । ଇଣ୍ଡୋନେସିଆରେ ମଧ୍ୟ ଏପରି କିଛି ଘଟଣା ଦେଖିବାକୁ ମିଳିଛି । ଏପରି ଏକ ସମାଜ ଅଛି, ଯେଉଁଠାରେ ଆଜି ମଧ୍ୟ ପରିବାରର ସଦସ୍ୟଙ୍କ ମୃତ୍ୟୁ ପରେ ମୃତଦେହକୁ କବର ଦିଆଯାଏ ନାହିଁ ।

ଇଣ୍ଡୋନେସିଆରେ ଏପରି ଏକ ସମାଜ ଅଛି ଯାହାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ପରିବାରର କେହି ସଦସ୍ୟ ମରିଗଲେ ଅନ୍ତିମ ସଂସ୍କାର କିମ୍ବା ସମାଧି ଦିଆଯାଏ ନାହିଁ । ଶବକୁ ସମାଧୀ ନଦେଇ ନିଜ ଘରେ ସାଇତି ରଖନ୍ତି । ତୋରଜନ ନାମକ ଏକ ସମାଜ ଯେଉଁ ସମାଜର ଲୋକମାନେ ମୃତ୍ୟୁକୁ ସେମାନଙ୍କ ଜୀବନର ଏକ ଅଂଶ ଭାବେ ମାନିଥାନ୍ତି । କେବଳ ଏତିକି ନୁହେଁ, ସେମାନେ ପରିବାରର ମୃତ ସଦସ୍ୟଙ୍କ ସହିତ ରହିଥାନ୍ତି । ଇଣ୍ଡୋନେସିଆର ସୁଲାୱେସି ପର୍ବତରେ ରହୁଥିବା ତୋରଜନ ସମାଜର ଲୋକମାନେ ସେମାନଙ୍କର ମୃତ ସଦସ୍ୟମାନଙ୍କୁ ଅସୁସ୍ଥ ଭଳି ବ୍ୟବହାର କରିଥାନ୍ତି । ପାରମ୍ପାରିକ ଭାବରେ ଏହି ସମାଜର ଲୋକମାନେ ମୃତ ସଦସ୍ୟଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥାନ୍ତି । ଶେଷରେ ସମାଧି ନହେବା ପର୍ଯ୍ୟନ୍ତ ସେମାନେ ଏହା କରିଥାନ୍ତି । ଖବର ଅନୁଯାୟୀ ପରିବାରଲୋକେ ମୃତ ସଦସ୍ୟଙ୍କ ମୃତଦେହକୁ ବର୍ଷ ବର୍ଷ ଧରି ନିଜ ଘରେ ରଖିଥାନ୍ତି ।
ତୋରଜନ ବିଶ୍ୱାସରେ, ପ୍ରତ୍ୟେକ ଦିନ ମୃତ ବ୍ୟକ୍ତିଙ୍କୁ ଖାଇବାକୁ ଦିଆଯାଏ ଏବଂ ଶବକୁ ପରିବାରର ଏକ ପୃଥକ କୋଠରୀରେ ଏକ ଶଯ୍ୟା ଉପରେ ରଖାଯାଏ କାରଣ ଏହା ଏକ ପ୍ରଥା ଅଟେ । ପରିବାର ମୃତ ସଦସ୍ୟଙ୍କ ଅନ୍ତିମ ସଂସ୍କାର ନହେବା ପର୍ଯ୍ୟନ୍ତ ଏହା କରାଯାଇଥାଏ ।

ଯେତେବେଳେ ଅନ୍ତିମ ସଂସ୍କାର କରିବାର ସମୟ ଆସେ ଶରୀରକୁ ଏକ କବରରେ ପୋତି ଦିଆଯାଏ । ସମାଧି ପରେ ମଧ୍ୟ ମୃତ ଶରୀରର ନିୟମିତ ଯତ୍ନ ନିଆଯାଏ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଏ । ମେନନେ ନାମକ ଏକ ପରମ୍ପରା ଅନୁଯାୟୀ ମୃତଦେହକୁ ନୂତନ ପୋଷାକ ଦିଆଯାଏ ।
ତୋରଜନ ପରମ୍ପରାରେ କଫିନରେ ଉପହାର ରଖିବା ପ୍ରଥା ରହିଛି । ମୃତବ୍ୟକ୍ତିଙ୍କ ମନ ପସନ୍ଦ ଜିନିଷ ଯେପରିକି ମୋବାଇଲ୍, ପର୍ସ, ବ୍ରେସଲେଟ୍ ଏବଂ ଘଣ୍ଟା ଇତ୍ୟାଦି ରଖା ଯାଇଥାଏ । ନିଜ ପ୍ରିୟ ଲୋକଙ୍କ ପାଇଁ ହୀରା ମଧ୍ୟ କବରରେ ରଖିଥାନ୍ତି । ଅନେକ ଥର ଏହି କାରଣରୁ ଡକାୟତି ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.