fbpx

ପ୍ରାୟ ଅଧା ଭାରତ ହୋଇସାରିଛି ଆର୍ଥିକ ଠକେଇର ଶିକାର: ରିପୋର୍ଟରୁ ଖୁଲାସା

AAKASH

ନୂଆଦିଲ୍ଲୀ: ଯେଉଁ ଗତି ସହିତ ଡିଜିଟାଲ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦିଆଯାଉଛି, ସମାନ ବେଗରେ ଲୋକମାନେ ଆର୍ଥିକ ଠକେଇର ମଧ୍ୟ ଶିକାର ହେଉଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତର ପ୍ରାୟ ଅର୍ଦ୍ଧେକ କିଛି ସମୟରେ ଆର୍ôଥକ ଠକେଇର ଶିକାର ହୋଇଥିଲେ । ଏଥିରେ ୟୁପିଆଇ ଏବଂ କ୍ରେଡିଟ କାର୍ଡ ଯୋଗୁଁ ଅଧିକାଂଶ ଠକେଇ ଘଟିଛି । ରିପୋର୍ଟରେ କୁହାଯାଇଛି ଯେ ୪୭ ପ୍ରତିଶତ ଭାରତୀୟ ଗତ ତିନିବର୍ଷ ମଧ୍ୟରେ ଏକ ବା ଏକାଧିକ ଆର୍ôଥକ ଠକେଇର ସମ୍ମୁଖୀନ ହୋଇଛନ୍ତି । ଏହି ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ଯେ ଏଥି ମଧ୍ୟରେ ୟୁପିଆଇ ଏବଂ କ୍ରେଡିଟ୍ କାର୍ଡ ସହିତ ଜଡିତ ଆର୍ôଥକ ଜାଲିଆତି ସବୁଠାରୁ ସାଧାରଣ ।

ଏହି ରିପୋର୍ଟରେ ଦାବି :-
୩୦୨ ଟି ଜିଲ୍ଲାର ୨୩,୦୦୦ ଲୋକଙ୍କ ମଧ୍ୟରେ ଏହି ସର୍ଭେ କରିଥିବା ସର୍ଭେ ଏଜେନ୍ସି ଲୋକାଲ୍ ସର୍କଲ୍ସ କହିଛି ଯେ ଘରୋଇ ଏବଂ / କିମ୍ବା ଆନ୍ତର୍ଜାତୀୟ ବଣିକ / ୱେବସାଇଟ୍ ଦ୍ୱାରା ସେମାନଙ୍କ କ୍ରେଡିଟ୍ କାର୍ଡରେ ଅଧାରୁ ଅଧିକ ଅନଧିକୃତ ଚାର୍ଜର ସମ୍ମୁଖୀନ ହୋଇଥିଲେ । ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ ଠକେଇକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଏବଂ ଉପଭୋକ୍ତା ସଚେତନତା ସୃଷ୍ଟି କରିବା ଜରୁରୀ ଆବଶ୍ୟକତା ଉପରେ ରିପୋର୍ଟରେ ଦର୍ଶାଯାଇଛି ।

ଏହି ସର୍ଭେରେ ୪୩ ପ୍ରତିଶତ କହିଛନ୍ତି ଯେ କ୍ରେଡିଟ କାର୍ଡରେ ଜାଲିଆତି ହୋଇଥିବାବେଳେ ୩୬ ପ୍ରତିଶତ ଲୋକ କହିଛନ୍ତି ଯେ ୟୁପିଆଇ କାରବାର ହେତୁ ସେମାନଙ୍କୁ ଠକେଇ କରାଯାଇଛି । କ୍ରେଡିଟ୍ କାର୍ଡ ଠକେଇ ବିଷୟରେ, ୫୩ ପ୍ରତିଶତ ଲୋକ ଘରୋଇ ବ୍ୟବସାୟୀ ଏବଂ ୱେବସାଇଟ୍ ଦ୍ୱାରା ଦିଆଯାଇଥିବା ଅନଧିକୃତ ଚାର୍ଜ ବିଷୟରେ କହିଥିଲେ ।

ଆରବିଆଇ ଜାରି କରିଛି ରିପୋର୍ଟ :-
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ôଥକ ବର୍ଷରେ ଠକେଇ ମାମଲା ୧୬୬ ପ୍ରତିଶତ ବୃଦ୍ଧି ପାଇ ୩୬,୦୦୦ ରୁ ଅଧିକ ହୋଇଛି । ତେବେ, ୨୦୨୨-୨୩ ଆର୍ôଥକ ବର୍ଷ ତୁଳନାରେ ସେମାନଙ୍କର ମୂଲ୍ୟ ପ୍ରାୟ ଅଧା (୧୩,୯୩୦ କୋଟି) । ବ୍ୟାଙ୍କ ସବୁବେଳେ ଗ୍ରାହକଙ୍କୁ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ଏବଂ କ୍ରେଡିଟ୍ କାର୍ଡ ସମ୍ବନ୍ଧୀୟ ସୂଚନା କିମ୍ବା ଓଟିପି କୌଣସି ବ୍ୟକ୍ତିଙ୍କ ସହ ସେୟାର ନକରିବାକୁ ନିବେଦନ କରେ ।

Get real time updates directly on you device, subscribe now.