fbpx

ବ୍ୟବସାୟିକ ବିମାନ ବନ୍ଦରରେ ପରିଣତ ହେବ ମୟୁରଭଞ୍ଜ ଜିଲ୍ଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‍: ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ମଞ୍ଜୁର

Advertisement

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‍କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଅର୍ଥରାଶି ମଞ୍ଜୁର କରିଥିବା ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ତଥା ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ।

ଶ୍ରୀ ସିନ୍ଧିଆ ତାଙ୍କ ପତ୍ରରେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅମର୍ଦ୍ଧା ଏୟାରଷ୍ଟ୍ରିପ୍‍ର ବିକାଶ କରିବା ଲାଗି ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଅନୁମତି ଦିଆଯାଇଛି । ଏହା ସହିତ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ମଧ୍ୟ ଗତ ଅକ୍ଟୋବର ମାସରେ ଜମି ହସ୍ତାନ୍ତର କରାଯାଇଛି । ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି, ଉଡ଼ାନ୍‍ 4 point 2 ଟେଣ୍ଡର ଅନୁସାରେ ଭୁବନେଶ୍ୱର-ଅମର୍ଦ୍ଧା ଭୁବନେଶ୍ୱର ମଧ୍ୟରେ ୯ ସିଟ୍‍ ବିଶିଷ୍ଟ ବିମାନ ଚଳାଇବା ପାଇଁ ସ୍ଥିର କରାଯାଇଛି ।

Get real time updates directly on you device, subscribe now.