fbpx

Breaking; ଏଣିକି ହସ୍ପିଟାଲ କ୍ୟାଣ୍ଟିନରେ ମିଳିବ ମିଲେଟ୍ ସୁବିଧା: ସୂଚନା ଦେଲେ କୃଷି ନିର୍ଦ୍ଦେଶକ

Advertisement

ନୂଆଦିଲ୍ଲୀ: ଏଣିକି ହସ୍ପିଟାଲରେ ଚିକିତ୍ସିତ ରୋଗୀ ବା ସେମାନଙ୍କ ପ୍ରିୟଜନଙ୍କ ପାଇଁ ଖାଦ୍ୟପେୟର ହେବନି କୌଣସି ପ୍ରକାର ଅସୁବଧା । ମେଡିକାଲର କ୍ୟାଣ୍ଟିନରେ ମିଲେଟ୍ ଖାଦ୍ୟ ସୁବିଧା ଯୋଗାଇ ଦିଆଯିବା ନେଇ ଯୋଜନା କରାଯାଇଛି । ଏଥିରେ ହସ୍ପିଟାଲର କ୍ୟାଣ୍ଟିନ ମାନଙ୍କରେ ରୋଗୀ ତଥା ପରିବାରବର୍ଗଙ୍କ ପାଇଁ ସୁସ୍ୱାଦୁ ମିଲେଟ୍ ଖାଦ୍ୟ ଯୋଗାଇ ଦିଆଯିବ । ୱାଓ ମୋମୋ’ରେ ଏହି ମିଲେଟ୍ ଉପଲବ୍ଧ ହୋଇପାରିବ । ତେବେ ଗତବର୍ଷ ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ ହୋଇଥିବାରୁ ଏହାକୁ ବିଭିନ୍ନ ମେଡିକାଲର କ୍ୟାଣ୍ଟିନ ମାଧ୍ୟମରେ ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ଯୋଗାଇ ଦିଆଯାଉଛି । ତେବେ ୩୦ଟି ଜିଲ୍ଲାର ମୋଟ ୧୭୭ଟି ବ୍ଲକରେ ଏହି ମିଲେଟ୍ ଚାଷ କରାଯାଇଛି । ସେଥିରୁ ଗତବର୍ଷ ମୋଟ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ ଉତ୍ପାଦନ କରାଯାଇଛି । କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୂରୀ ଏ ନେଇ ଘୋଷଣା କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ବହୁ ବର୍ଷରୁ ପୁଷ୍ଟଶସ୍ୟ ବା ମିଲେଟ ରାଜ୍ୟବାସୀଙ୍କ ଖାଦ୍ୟର ଏକ ପ୍ରମୁଖ ଅଂଶ ପାଲଟିଥିବା ବେଳେ ପ୍ରାୟତଃ ଆଦିବାସୀ ଅଞ୍ଚଳରେ ଏହାର ଚାଷ କରାଯାଇଥାଏ । ତେବେ ଏହାକୁ ସାରା ଓଡ଼ିଶାରେ ପରିଚିତ କରାଇବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.