fbpx
BSKY
BJD SHG SKY
BJD MC SKY

ଅମରନାଥ ଯାତ୍ରା ପାଇଁ ଜାରି ହେଲା ଶିଡ୍ୟୁଲ: ସାଧାରଣ ନିର୍ବାଚନ କାରଣରୁ ଚଳିତ ବର୍ଷ ୪୫ ଦିନ ଚାଲିବ ଯାତ୍ରା

ନୂଆଦିଲ୍ଲୀ: ବାବା ବର୍ଫାନୀଙ୍କ ସମସ୍ତ ଭକ୍ତଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଅମରନାଥ ଯାତ୍ରା ପାଇଁ ଶିଡ୍ୟୁଲ ଜାରି କରାଯାଇଛି । ଜୁନ୍ ୨୯ରୁ ଏହି ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଏପ୍ରିଲ ୧୫ରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ତେବେ ଆଗକୁ ଦେଶରେ ସାଧାରଣ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବାରୁ ଏହି ଯାତ୍ରା ୬୦ ଦିନ ବଦଳରେ ୪୫ ଦିନ ଚାଲିବ ।

ହିନ୍ଦୁଧର୍ମର ମାନ୍ୟତା ଅନୁସାରେ, ହରହର ମହାଦେବ ଅମରନାଥ ଗୁମ୍ଫାରେ ମାତା ପାର୍ବତୀଙ୍କୁ ଅମର ରହିବାର ରହସ୍ୟ ବିଷୟରେ କହିଥିଲେ । ବାବା ଅମରନାଥ ଧାମ ଦର୍ଶନ କରିବା ପାଇଁ ପ୍ରତିବର୍ଷ ବହୁ ଦୂରଦୁରାନ୍ତରୁ ବହୁ ଭକ୍ତ ସେଠାକୁ ଯାଇଥାନ୍ତି । ବାବାଙ୍କ ଗୁମ୍ଫା ସମୁଦ୍ର ସ୍ଥଳଠାରୁ ପାଖାପଖି ୩୮୦୦ ମିଟର ଉଚ୍ଚରେ ରହିଛି । ଗୁମ୍ଫାରେ ରହିଥିବା ଶିବଲିଙ୍ଗର ଖାସିୟତ ଏହା ଯେ, ଏହା ନିଜେ ନିଜେ ତିଆରି ହୋଇଥାଏ । ଚନ୍ଦ୍ରଙ୍କ ବଢ଼ିବା ଓ କମିବା ସହିତ ଏହି ଶିବଲିଙ୍ଗର ଆକାରରେ ପରିବର୍ତ୍ତନ ହୋଇଥାଏ ବୋଲି କୁହାଯାଏ । ଠୋସ ବରଫରେ ଅମରନାଥଙ୍କ ଶିବଲିଙ୍ଗ ନିର୍ମିତ ହୋଇଛି । ସେହିପରି ଯେଉଁ ଗୁମ୍ଫରେ ଏହି ଶିବଲିଙ୍ଗ ରହିଛି, ସେଠାରେ ବରଫ ହିମକଣ ରୂପରେ ରହିଥାଏ । ।

Get real time updates directly on you device, subscribe now.