fbpx
BJD
BJD SKY
BJD SKY

(Video) କୁଖ୍ୟାତ ମାଓନେତ୍ରୀ ମୁଣ୍ଡ ଉପରେ ଥିଲା ୫ଲକ୍ଷ ଇନାମ; ଯବାନଙ୍କ ଗୋଟିଏ ଗୁଳିରେ…

ମାଲକାନଗିରି: ପୁଣି ଛତିଶଗଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଲୋକ ସଭା ନିର୍ବାଚନ କୁ ଭଣ୍ଡୁର କରିବା ଲାଗି ମାଓବାଦି ମାନେ ଯୋଜନା କରୁଥିବା ବେଳେ ଏହାକୁ ଭଣ୍ଡୁର କରିଛନ୍ତି ଯବାନ । ଗୁଳି ବିନିମୟରେ ପ୍ରାଣ ହରାଇଛନ୍ତି ଜଣେ ମହିଳା ମାଓ ନେତ୍ରୀଙ୍କ ସହ ଜଣେ ପୁରୁଷ ମାଓବାଦୀ । ଘଟଣା ସ୍ତଲରୁ ଯବାନଙ୍କୁ ମିଳିଛି ବିପୁଳ ପରିମାଣର ମାଓ ସାମଗ୍ରୀ ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦାନ୍ତେ ୱାଡା ଜିଲ୍ଲା ଜିଲ୍ଲାରେ ପୁଣି ମାଓବାଦୀ ଓ ଜବାନ ଙ୍କ ମଧ୍ୟରେ ହୋଇଛି ଜୋରଦାର ଗୁଳିବିନିମୟ । ସୂଚନା ମୁତାବକ ଦାନ୍ତେ ୱାଡା ଜିଲ୍ଲାର ଅରଣପୁର ଓ କିରଣ୍ଡୁଲ ଥାନା ଅନ୍ତର୍ଗତ ପଙ୍ଗୁଲ ଜଙ୍ଗଲରେ ପ୍ରାୟ ୪୦ ରୁ ୫୦ ଜଣ ହାର୍ଡଖୋର ମାଓବାଦୀ ମାନେ ଲୋକ ସଭା ନିର୍ବାଚନକୁ ଭଣ୍ଡୁର କରିବା ସହ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିବାର ଗୁଇନ୍ଦା ସୂଚନା ପାଇଥିଲା ଦାନ୍ତେବାଡା ପୋଲିସ ଏହା ପରେ ଡିଆରଜି ବାହିନୀ, ବସ୍ତର ଫାଇଟର ସହ ବିଏସଏଫ ର ଯବାନ ମାନେ ମିଳିତ ଭାବେ କୁମ୍ବିଙ୍ଗ ଅପରେସନରେ ଯାଇଥିଲେ ।

ଯବାନଙ୍କୁ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିବାରୁ ଜବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ଉଭୟ ପକ୍ଷ ମଧ୍ୟରେ ଅନେକ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ଘଟଣା ସ୍ଥଳରେ ଦୁଇ ଜଣ ହାର୍ଡଖୋର ମାଓବାଦୀଙ୍କ ମୃତ ଦେହ ମିଳିଥିବା ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓ ନେତ୍ରୀ ରହିଛନ୍ତି ଯାହାଙ୍କ ଉପରେ ପୁର୍ବରୁ ସରକାର ୫ ଲକ୍ଷ ଟଙ୍କା ଅର୍ଥ ରାଶି ରଖିଥିବା ବେଳେ ଅନ୍ୟ ଜଣେ ପୁରୁଷ ମାଓନେତାଙ୍କ ଉପରେ ଏକ ଲକ୍ଷ ଟଙ୍କା ର ଅର୍ଥ ରାଶି ମଧ୍ୟ ସରକାର ଘୋଷଣା କରିଥିଲେ ତେବେ ଦୁଇ ହାର୍ଡଖୋର ମାଓନେତାଙ୍କ ଶବ ସହ ତାଙ୍କ ପାଖରୁ ଅନେକ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି ଏହା ସହ ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଯବାନ ମାନେ ଅପରେସନ ଜାରି ରହିଥିବା ନେଇ ଜଣାପଡିଛି ।

 

Get real time updates directly on you device, subscribe now.