ଭୁବନେଶ୍ୱର: ପିଲାଠୁ ବଡ଼ ଆଳୁ ଖାଇବାକୁ କିଏ ବା ପସନ୍ଦ କରେ ନାହିଁ କୁହନ୍ତୁତ, ସବୁ ପନିପରିବା ସହ ମିଶାଇ ଖାଇଥାନ୍ତି ଲୋକେ। କିନ୍ତୁ ଆଳୁ ଭଳି ଦେଖାଯାଉଥିବା ଓଲୁଅ ବିଷୟରେ ଆପଣ ଜାଣନ୍ତି କି? ଓଲୁଅ ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ଭିତରେ ଅନେକ ଭିଟାମିନ୍-ମିନେରାଲ୍ ସ ରହିଛି। ଏହି ଶକ୍ତିଶାଳୀ ପନିପରିବାକୁ ଭାରତରେ ଖୁବ ଉତ୍ସାହର ସହ ଖାଇବାକୁ ମିଳୁଛି, ଯଦିଓ ନୂଆ ପିଢ଼ି ଏଥିରୁ ଟିକିଏ ଦୂରେଇ ଯାଉଛନ୍ତି ।
ଆଜି କାଲିର ପିଲା ସାଧାରଣତଃ ଓଲୁଅ କଥା ଶୁଣିଲେ ଅନେକ ଲୋକ ନାକ ଟେକନ୍ତି । କିଛି ଲୋକ ତ ବିଲକୁଲ୍ ପସନ୍ଦ କରନ୍ତିନି । ହେଲେ ଏକା ଏକ ପୋଷକ ତତ୍ତ୍ୱ ଯୁକ୍ତ ପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାର ସେବନ ଅନେକ ସ୍ୱାସ୍ଥ୍ୟ ଉପକାରିତା ପ୍ରଦାନ କରିଥାଏ, ଯଥା:
- ଓଲୁଅରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ପାଚନ କ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ଅନ୍ତନଳୀସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।
- ଓଲୁଅରେ କ୍ୟାଲୋରୀ କମ୍ ଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ପୂରା ଅନୁଭବ ହୋଇଥାଏ, ଯାହା ଭୋକ କମ୍ କରିବା ସହ ଅତ୍ୟଧିକ ଖାଇବା ଅଭ୍ୟାସକୁ ରୋକିଥାଏ ।
- ଓଲୁଅରେ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରି ହୃଦ୍ ରୋଗରୁ ରକ୍ଷା କରିଥାଏ।
- ଏଥିରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ରକ୍ଷା ମିଳିଥାଏ।
- ଓଲୁଅର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ହଠାତ୍ ବୃଦ୍ଧି ହୁଏ ନାହିଁ।
- ଏଥିରେ କିଛି ଆଣ୍ଟି କ୍ୟାନସର ଗୁଣ ରହିଛି, ଯାହା ଶରୀରରେ କର୍କଟ କୋଷର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ।