NASA ସେୟାର କଲା ଅଦ୍ଭୁତ ଫଟୋ, ବୃହସ୍ପତି ଗ୍ରହରେ ଆସିଥିବା ଝଡ଼କୁ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନାସା ଆମକୁ ବ୍ରହ୍ମାଣ୍ଡ ପରିଦର୍ଶନ କରାଇଥାଏ । ନାସା ବ୍ରହ୍ମାଣ୍ଡର ଗ୍ରହ ଏବଂ ବ୍ରହ୍ମାଣ୍ଡର ସବୁଠାରୁ ଦୂରରୁ ମନୋରମ ଫଟୋ ଦେଖାଇଥାଏ । ଏହି ଝଲକ ଆମ ମନରେ ବ୍ରହ୍ମାଣ୍ଡକୁ ନେଇ ଅନେକ ଜିଜ୍ଞାସାକୁ ବଢାଇଥାଏ ଏବଂ ଆମ ଦୁନିଆକୁ ଛାଡି ଅନ୍ୟ ଦୁନିଆର ଆଶ୍ଚର୍ଯ୍ୟଜନକ ଜିନିଷକୁ ଦେଖାଇଥାଏ । ମହାକାଶ ଏଜେନ୍ସି ନାସା ଇନଷ୍ଟାଗ୍ରାମରେ ବୃହସ୍ପତି ଗ୍ରହର ଝଡ଼ ବାତ୍ୟା ହେଉଥିବା ଦୃଶ୍ୟକୁ ଜାରି କରିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବୃହସ୍ପତି ଗ୍ରହ ଫଟୋ ସହ ନାସା ଇନଷ୍ଟାଗ୍ରାମରେ ଲେଖିଛି, ବୃହସ୍ପତିରେ ଝଡ଼- ସୂର୍ଯ୍ୟଙ୍କ ଠାରୁ ପଞ୍ଚମ ଗ୍ରହ .. ଦ୍ୱାରା ନିଆଯାଇଥିବା ଏହି ଫଟୋରେ ଘୂର୍ଣ୍ଣିବାତ୍ୟା । ଏହି ଗ୍ରହରେ ଆସୁଥିବା ଝଡ଼ ବର୍ଷ ବର୍ଷ ଧରି ବା ଦଶନ୍ଧି ଧରି ରହିପାରେ, ଘଣ୍ଟା ପ୍ରତି ୪୦୦ ମିଲିମିଟର ରୁ ଅଧିକ ପବନ ରହିପାରେ ।

ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରାଯିବା ପରେ ଏପର୍ଯ୍ୟନ୍ତ ୩ ଲକ୍ଷ ଲାଇକ୍ ମିଳିସାରିଛି ଏବଂ ଲୋକ ଏହା ଉପରେ ଭିନ୍ନ-ଭିନ୍ନ କମେଣ୍ଟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ମୋତେ ଏହା ଭ୍ୟାନ ଗୋଗର ପେଣ୍ଟିଙ୍ଗ ପରି ଲାଗୁଛି । ଆଉ ଜଣେ ଲେଖିଛନ୍ତି କାଗଜ ଉପରେ ଆକ୍ରେଲିକ । ଅନ୍ୟ ୟୁଜର୍ସ ଲେଖିଛନ୍ତି ବୃହସ୍ପତିର ଫଟୋ ବହୁତ ସୁନ୍ଦର ଏବଂ ମନଲୋଭା ହୋଇଛି ।

 

View this post on Instagram

 

A post shared by NASA (@nasa)