fbpx
BJD SKY
BJD SKY

ଏହି ଦେଶରେ ଅଚାନକ ରକ୍ତ ପରି ଲାଲ ହୋଇଗଲା ଆକାଶ, ଲୋକମାନେ କହିଲେ ସର୍ବନାଶର ସମୟ ଆସିଗଲା

BJD

ନୂଆଦିଲ୍ଲୀ: ବୁଲଗେରିଆରେ ରବିବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଏକ ଧ୍ରୁବୀୟ ଜ୍ୟୋତି ବା ଆଲୋକ ବୁଲଗେରିଆ ଆକାଶକୁ ଢାଙ୍କି ଦେଇଥିଲା ଯାହାଫଳରେ ପୁରା ଆକାଶ ଏକ ରକ୍ତନଦୀ ପରି ଦେଖାଯାଉଥିଲା ।

ପ୍ରଥମ ଥର ଲାଗି ବୁଲଗେରିଆ ଆକାଶରେ ଏପରି ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏବେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ତେବେ ବହୁ ଲୋକ ବୁଲଗେରିଆ ଆକାଶର ଏହି ଚିତ୍ରକୁ ବିନାଶକାରୀ ବା ଭୟାନକ ବୋଲି କହିଛନ୍ତି । କିଛିଲୋକ ଏହାକୁ ମନ୍ତ୍ରମୁଗ୍ଧ କରିଦେବା ଭଳି ଘଟଣା କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ବିରଳ ପ୍ରାକୃତିକ ଜ୍ୟୋତି ରୋମାନିଆ, ହଙ୍ଗେରୀ, ଚେକୋସ୍ଲୋଭାକିଆ, ୟୁକ୍ରେନରେ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଶନିବାର ରାତିରେ ବ୍ରିଟେନ୍ ଆକାଶରେ ଚମକଦାର ସବୁଜ ଓ ଲାଲ ରଙ୍ଗର ଆଲୋକ ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ ଆରମ୍ଭରେ ଭାରତର ଆକାଶରେ ବି ଏହିଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଥିଲା । ଏହି ଦୁର୍ଲଭ ଘଟଣା ଲଦାଖ ଆକାଶରେ ପରିଲକ୍ଷିତ ହୋଇଥିଲା ଯାହା ଜ୍ୟୋତିର୍ବିଜ୍ଞାନୀଙ୍କୁ ବେଶ୍ ରୋମାଞ୍ଚିତ କରିଥିଲା । ଏହି ମେରୁ ଜ୍ୟୋତି ଭୂଚୁମ୍ବକୀୟ ତୋଫାନ ସମୟରେ ଦେଖାଦେଇଥାଏ ।

Get real time updates directly on you device, subscribe now.