fbpx

ଆକାଶରେ ଦେଖାଗଲା ‘ଗୋଲାପୀ ଜହ୍ନ’ର ଅଦ୍ଭୁତ ଦୃଶ୍ୟ, ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଭୁବନେଶ୍ୱର : ଆକାଶରେ ‘ଗୋଲାପୀ ଚନ୍ଦ୍ର’ର ଅଦ୍ଭୁତ ଓ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ଏପ୍ରିଲ ୧୬ ଅର୍ଥାତ୍ ଶନିବାର ଦିନ ବାହାରିଥିଲା ‘ପିଙ୍କ ମୁନ୍’ । ଦୁନିଆର ଅଲଗା ଅଲଗା ସ୍ଥାନରେ ଲୋକମାନେ ଏହାକୁ ୧୫ ଏପ୍ରିଲରୁ ୧୮ ଏପ୍ରିଲ ମଧ୍ୟରେ ଦେଖିପାରିବେ । ସାଧାରଣତଃ ପ୍ରାରମ୍ଭିକ ବସନ୍ତରେ ଫୁଟୁଥିବା ଏକ ପ୍ରକାର ଗୋଲାପି ଫୁଲର ନାମ ଅନୁସାରେ ଏପ୍ରିଲର ପୂର୍ଣ୍ଣ ଚନ୍ଦ୍ରକୁ ଗୋଲାପି ଜହ୍ନ ନାମରେ ନାମିତ କରାଯାଇଛି । ଚନ୍ଦ୍ରର ଏହି ଦୃଶ୍ୟ ମଧ୍ୟରାତ୍ରି ୧୨.୧୫ରେ ଶିଖରରେ ଥିଲା । ବିରଳ ଗୋଲାପୀ ଚନ୍ଦ୍ର ଅନେକ ଭିନ୍ନ ଭିନ୍ନ ନାଁ ରହିଛି, ଯେପରିକି- ଏଗ ମୁନ୍, ଫିସ୍ ମୁନ୍, ପିଙ୍କ ମୁନ୍ ।

ଆମେରିକାର ୱାଶିଂଟନ୍ରେ ଥିବା ନାସା ମୁଖ୍ୟାଳୟର ସାଇନ୍ସ ମିଶନ୍ ନିର୍ଦ୍ଦେଶାଳୟର ପ୍ରୋଗ୍ରାମ କାର୍ଯ୍ୟନିର୍ବାହୀ ଗର୍ଡନ୍ ଜନସନ କହିଛନ୍ତି ଯେ, ଆମେ ଏହି ସପ୍ତାହକୁ ପୂର୍ଣ୍ଣିମା ୱିକେଣ୍ଡ୍ କହିପାରିବା । ପୂର୍ଣ୍ଣଚନ୍ଦ୍ର ଅର୍ଥାତ୍ ଫୁଲ ମୁନ୍ ମାସରେ ଥରେ ହୋଇଥାଏ, ଯେବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ କଳ୍ପିତ ୧୮୦-ଡ଼ିଗ୍ରୀ ଲାଇନ ଉପରେ ଥାଏ । ବିଶେଷ କରି ଶ୍ରୀଲଙ୍କାରେ ବୌଦ୍ଧଧର୍ମୀଙ୍କ ପାଇଁ ଏହି ପୂର୍ଣ୍ଣିମା ହେଉଛି ବକ୍ ପୋୟା, ଯାହା ଶ୍ରୀଲଙ୍କା ଗସ୍ତରେ ବୁଦ୍ଧଙ୍କ ସ୍ମୃତିକୁ ମନେ ପକାଇଥାଏ । ହିନ୍ଦୁମାନଙ୍କ ପାଇଁ ଏହି ପୂର୍ଣ୍ଣିମା ହନୁମାନ ଜୟନ୍ତୀ ସହିତ ମେଳ ଖାଇଥାଏ, ଯାହାକି ପ୍ରଭୁ ହନୁମାନଙ୍କ ଜନ୍ମ ଉତ୍ସବ । ଏହା ଅଧିକାଂଶ ଚନ୍ଦ୍ରର ପୂର୍ଣ୍ଣିମା ଦିନ ପାଳନ କରାଯାଏ ।

ତେବେ ସୂର୍ଯ୍ୟ , ପୃଥିବୀ ଓ ଚନ୍ଦ୍ର ଯେତେବେଳେ ୧୮୦ ଡିଗ୍ରୀ ରେଖାରେ ଅବସ୍ଥାନ କରନ୍ତି, ଏହି ସ୍ଥିତିରେ ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହବ । ଚନ୍ଦ୍ରର କକ୍ଷ ପୃଥିବୀର କକ୍ଷ ଅପେକ୍ଷା ପ୍ରାୟ ୫ ଡିଗ୍ରୀ ଭିନ୍ନ । ତେଣୁ ଏହା ସାଧାରଣତଃ ପୃଥିବୀର ଛାଇ ଅପେକ୍ଷା ଟିକିଏ ଉଚ୍ଚ କିମ୍ବା ନିମ୍ନରେ ରହିବ । ଫଳରେ ସୂର୍ଯ୍ୟ ରଶ୍ମି ଏହାର ନିକଟସ୍ଥ ପାଶ୍ୱର୍ ବା ପୃଥିବୀକୁ ମୁହାଁଇଥିବା ପାଶ୍ୱର୍ ଉପରେ ଆକାଶରେ ଦେଖାଯିବ ପଡ଼ିପାରେ । ବେଳେବେଳେ ପୂର୍ଣ୍ଣ ଚନ୍ଦ୍ର ବା ପୂର୍ଣ୍ଣିମା ସମୟରେ ପୃଥିବୀର ପୂରା ଛାଇ ବା ଆଂଶିକ ଛାଇ ଚନ୍ଦ୍ର ଉପରେ ପଡ଼େ, ଯାହାକୁ ଚନ୍ଦ୍ର ଗ୍ରହଣ କୁହାଯାଏ । ଆଗାମୀ ଚନ୍ଦ୍ରଗ୍ରହଣ ଆସନ୍ତା ମାସ ୧୫-୧୬ ତାରିଖରେ ହେବାକୁ ଯାଉଛି ।

Get real time updates directly on you device, subscribe now.