fbpx

ମୟୂରଭଞ୍ଜରେ ଅଭାବନୀୟ ଘଟଣା: ଟ୍ରକ୍ ଚାପାରେ ଚାଲିଗଲା ୩ ଜୀବନ

ମୟୂରଭଞ୍ଜ(ଓଡ଼ିଶା ଭାସ୍କର): ମୟୂରଭଞ୍ଜ ବିଶୋୟୀ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ୪ ଜଣଙ୍କୁ ଟ୍ରକ୍ ଚାପିଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବାରୁ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ବିଶୋୟୀ ଥାନା ନୂଆଗାଁ ଛକ ନିକଟରେ ଚାପି ଦେଇଥିଲା ଟ୍ରକ୍ । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୪ ଜଣଙ୍କୁ ଚାପି ଦେଇଥିଲା ଟ୍ରକ୍ । ମୃତକଙ୍କ ମଧ୍ୟରେ ୨ ଜଣ ବାଙ୍ଗିରିପୋଷୀ ଓ ଜଣେ ଝାରପୋଖରିଆର ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ମାରିଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.