fbpx

Amazon ଆପରେ ରୋଜଗାର କରିବାର ସୁଯୋଗ: ଘରେ ବସି ଜିତିପାରିବେ ୫୦୦ ଟଙ୍କା, ଜାଣନ୍ତୁ କିପରି ?

ନୂଆଦିଲ୍ଲୀ : ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଦୈନିକ ଆପ୍ କୁଇଜର ନୂଆ ଏଡିସନ୍ ଆରମ୍ଭ ହୋଇଛି । ଅନଲାଇନ୍ ସପିଂ ପ୍ଲାଟଫର୍ମ Amazon ଆଜି ଏହାର Quizରେ ଆମାଜନ ପେ ବାଲାନ୍ସରେ ୫୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି ।

ଏହି କୁଇଜ୍ ଆମାଜନର ମୋବାଇଲ୍ ଆପରେ ରହିଛି । ଏହି ଦୈନିକ କୁଇଜ୍ ପ୍ରତ୍ୟେକ ଦିନ ସକାଳ ୮ ଟାରୁ ଆରମ୍ଭ ହୋଇ ରାତି ୧୨ ଟା ପର୍ଯ୍ୟନ୍ତ ଚାଲିବ । ଜି.କେ ଏବଂ କରେଣ୍ଟ ଆଫେୟାରସ୍ ଉପରେ ପାଞ୍ଚଟି ପ୍ରଶ୍ନ ପଚରାଯିବ ।

ଏହିପରି ଅନେକ ପରିମାଣର ପୁରସ୍କାର ଜିତିବାକୁ ଆପଣଙ୍କୁ କୁଇଜରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡିବ । କୁଇଜ୍ ସମୟରେ ପଚରାଯାଇଥିବା ପ୍ରତ୍ୟେକ ପ୍ରଶ୍ନରେ ଚାରୋଟି ବିକଳ୍ପ ଦିଆଯାଉଛି । ଆଜିର କୁଇଜ୍ ବିଜେତାଙ୍କ ନାମ ୧୫ ଜାନୁଆରୀରେ ଘୋଷଣା କରାଯିବ । ଲକି ଡ୍ର ମାଧ୍ୟମରେ ତାଙ୍କୁ ଚୟନ କରାଯିବ ।

କୁଇଜ୍ କିପରି ଖେଳିବେ ?

– ଯଦି ଆପଣଙ୍କ ଫୋନରେ Amazon App ନାହିଁ, ତେବେ କୁଇଜ୍ ଖେଳିବା ପାଇଁ ପ୍ରଥମେ ଏହାକୁ ଡାଉନଲୋଡ୍ କରିବାକୁ ପଡିବ ।

– ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିବା ପରେ ଆପଣଙ୍କୁ ସାଇନ୍ ଇନ୍ କରିବାକୁ ପଡିବ ।

– ଏହା ପରେ ଆପ୍ ଖୋଲନ୍ତୁ ଏବଂ ହୋମ ସ୍କ୍ରିନକୁ ସ୍କ୍ରୋଲ୍ କରନ୍ତୁ । ସେଠାରେ ସବୁଠାରୁ ତଳେ ଆପଣ ‘Amazon Quiz’ର ବ୍ୟାନର ପାଇବେ । ଏହି ୫ଟି ପ୍ରଶ୍ନର ଉତ୍ତର ଦେଇ ଆପଣ ଘରେ ବସି ବସି ଟଙ୍କା ରୋଜଗାର କରିପାରିବେ ।

Get real time updates directly on you device, subscribe now.