fbpx

‘ତାରକ ମେହତା କା ଉଲଟା ଚଷମା’ର ଫେମ୍ ସୁନୀଲ ହୋଲକରଙ୍କ ପରଲୋକ

ନୂଆଦିଲ୍ଲୀ: ଗତ ଦୁଇ ଦିନ ମଧ୍ୟରେ ରାଜନୀତି ସହିତ ଜଡ଼ିତ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ଘଟିବା ପରେ ଏବେ ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖ ଖବର । ଗତ ୧୨ ତାରିଖରେ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ ପ୍ରାଣ ହରାଇଥିବା ବେଳେ ଆଜି କଂଗ୍ରେସ ସାଂସଦ ସନ୍ତୋଷ ସିଂହ ଚୌଧୁରୀ ଭାରତ ଯୋଡ଼ୋ ଯାତ୍ରା ସମୟରେ ପ୍ରାଣ ହରାଇଥିଲେ ।

ତେବେ ସୂଚନା ମୁତାବକ, ‘ତାରକ ମେହତା କା ଉଲଟା ଚଷମା’ର ଫେମ୍ ସୁନୀଲ ହୋଲକରଙ୍କ ମୃତ୍ୟୁ ଘଟିଛି । ସୁନୀଲ ମାତ୍ର ୪୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ସେ ହିନ୍ଦି, ମରାଠୀ ଫିଲ୍ମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସେ ଲିଭର ସିରୋସିସ ସମସ୍ୟାରେ ଦୀର୍ଘଦିନ ହେଲା ପୀଡ଼ିତ ଥିଲେ । ତେବେ ଗତ ୧୨ ତାରିଖରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ୧୩ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।

ସୁନୀଲ ନିଜର ଛୋଟିଆ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜୟ ପରିପାରିଥିଲେ । ଲିଭର ସିରୋସିସ ବିମାରୀ କାରଣରୁ ଦୀର୍ଘଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଶେଷରେ ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରିନଥିଲେ । ସେ ଶେଷ ଥର ପାଇଁ ଆୱାର୍ଡ ୱିନିଂ ଫିଲ୍ମ ‘ଗୋଷ୍ଟ ଏକା ପୈଠାଣୀଚୀ’ରେ ନଜର ଆସିଥିଲେ । ସେ ଅଶୋକ ହାଣ୍ଡେର ଚୌରଙ୍ଗ ନାଟ୍ୟ ସଂସ୍ଥାରେ ଅନେକ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ୧୨ ବର୍ଷ ଧରି ଥିଏଟରରେ କାମ କରିଥିଲେ । ସୁନୀଲ ‘ତାରକା ମେହତା’ ବ୍ୟତୀତ ‘ମୋରୟା’, ‘ମ୍ୟାଡାମ ସର’, ‘ମିଷ୍ଟର’ ଯୋଗୀ’ ପରି ଅନେକ ଶୋ’ରେ ଦେଖାଦେଇଥିଲେ । ସେ ନିଜ କ୍ୟାରିୟରରେ ବହୁତ ଉଚ୍ଚକୁ ଯାଇ ପାରିଥିଲେ । ତାଙ୍କର ଅକାଳ ବିୟୋଗରେ ଫ୍ୟାନ୍ସଙ୍କୁ ମନରେ ଗଭୀର ଶୋକର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.