fbpx

କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ହତ୍ୟା ଧମକ: ୧୦ ମିନିଟରେ ଆସିଲା ୨ ଥର ଫୋନ୍ କଲ୍

ନୂଆଦିଲ୍ଲୀ: କେନ୍ଦ୍ର ରୋଡ଼ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ମିଳିଛି । ନାଗପୁର ସ୍ଥିତ ଗଡକରୀଙ୍କ କାର୍ଯ୍ୟାଳୟକୁ ଏ ନେଇ ଏକ ଅଜ୍ଞାତ ସୂତ୍ରରୁ ଫୋନ୍ କଲ୍ ଆସିଥିଲା । କେହି ଜଣେ ଯୁବକ ଅଫିସର ଲ୍ୟାଣ୍ଡଲାଇନ ନମ୍ବରକୁ ଫୋନ୍ କରି ଧମକ ଦେଇଥିଲେ । ତେବେ ଏହି ଧମକ ବାବଦରେ ଗଡ଼କରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗପୁର ପୋଲିସ ନିକଟରେ ଅଭିଯୋଗ କରାଯାଇଛି ।

ସୂଚନା ମୁତାବକ, ଜଣେ ଅଜ୍ଞାତ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ନାଗପୁର ସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବରକୁ କଲ କରି ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏଥିସହିତ କାର୍ଯ୍ୟାଳୟକୁ ଉଡ଼ାଇଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ତରଫରୁ ଏନେଇ ନାଗପୁର ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଦେଇଛି ।

ଆଜି ସକାଳ ୧୧.୩୦ରୁ ୧୧.୪୦ ମଧ୍ୟରେ ଗଡ଼କରୀଙ୍କ ଅଫିସକୁ ଦୁଇ ଥର ଫୋନ୍ ଆସିଥିଲା । ଏହାପରେ କାର୍ଯ୍ୟାଳୟ ତରଫରୁ ପୋଲିସରେ ଅଭିଯୋଗ କରାଯାଇଥିଲା । ଗଡ଼କରୀଙ୍କ ବାସଭବନଠାରୁ ପାଖାପାଖି ଏକ କିମି ଦୂରରେ ନାଗପୁରର ଖାମଲା ଛକରେ ତାଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ରହିଛି । ଉକ୍ତ ଅଫିସକୁ ଅଜ୍ଞାତ ବ୍ୟକ୍ତି ଫୋନ୍ କରି ଧମକ ଦେଇଥିଲେ । କାର୍ଯ୍ୟାଳୟ ପକ୍ଷରୁ ଏହି ଖବର ବାବଦରେ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.