fbpx

Amazon Sale: ଅଧା ଦାମରେ ମିଳୁଛି ରେଡମୀ ସ୍ମାର୍ଟ ଟିଭି, ଦାମ୍ ୮ ହଜାରରୁ ବି କମ୍…

ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ ଆରମ୍ଭ ହୋଇଯାଇଛି । ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ସେଲ୍ ରେ ଅନେକ ଆକର୍ଷକ ଅଫର୍ ମଧ୍ୟ ମିଳୁଛି । ଆମାଜନ ସେଲ ରେ ସ୍ମାର୍ଟ ଟିଭି ଏବଂ ହୋମ୍ ଆପ୍ଲାଏନ୍ସ ଉପରେ ଆକର୍ଷଣୀୟ ଡିସ୍କାଉଣ୍ଟ ମିଳୁଛି । ଏଠାରୁ ଆପଣ ଖୁବ୍ ଶସ୍ତାରେ ଦମଦାର ସ୍ମାର୍ଟ ଟିଭି କିଣିପାରିବେ । ଏଭଳି ଏକ ପ୍ରୋଡକ୍ଟର ଡିଟେଲ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯେଉଁଥିରେ ଆପଣ ଖୁବ୍ ଶସ୍ତାରେ କିଣିପାରିବେ । ଆପଣ ଏହି ଟିଭିକୁ ଅଧାରୁ ବି କମ୍ ଦାମରେ କିଣିପାରିବେ । ଆମେ କହୁଛୁ ରେଡମୀ ସ୍ମାର୍ଟ ଟିଭି କଥା । ଯାହା ଆକର୍ଷଣୀୟ ଫିଚର ସହ ଦେଖିବାକୁ ମିଳେ ।

ରେଡମୀ ୩୨ ଇଞ୍ଚର ଏହି ଏଲଇଡି ଟିଭିର ଲିଷ୍ଟିଂ ପ୍ରାଇସ୍ ୨୪,୯୯୯ ଟଙ୍କା ରହିଛି । କିନ୍ତୁ ଆମାଜନ ସେଲରେ ଏହା ୮,୯୯୯ ଟଙ୍କାରେ ଉପଲବ୍ଧ । ଏହା ବ୍ୟତୀତ ଏସବିଆଇ କାର୍ଡରେ ଏଥିରେ ଆପଣଙ୍କୁ ୧୦୦୦ ଟଙ୍କା ଅତିରିକ୍ତ ଡିସ୍କାଉଣ୍ଟ ମଧ୍ୟ ମିଳିବ । ଯାହା ପରେ ଟିଭିର ଦାମ୍ ୭,୯୯୯ ଟଙ୍କା ହୋଇଯିବ ।

ରେଡମୀ ସ୍ମାର୍ଟ ଟିଭିରେ ଆପଣଙ୍କୁ ୧୭୮ଂ ୱାଇଡ ଆଙ୍ଗେଲର ଏଚଡି ରେଡି ଡିସପ୍ଲେ ମିଳିଥାଏ । ଏଥିରେ ଆପଣଙ୍କୁ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ୟୁଟ୍ୟୁବ୍, ଡିଜନୀ+ହଟଷ୍ଟାର ଭଳି ଆପ୍ସର ସପୋର୍ଟ ମିଳିଥାଏ । ୨ ଏଚଡିଏମଆଇ ପୋର୍ଟ, ୨ ୟୁଏସବି ପୋର୍ଟ, ୩.୫ ଏମଏମ ଜ୍ୟାକ୍ ଏବଂ ଅନ୍ୟ କନେକ୍ଟିଭିଟି ଫିଚର୍ସ ମିଳିଥାଏ । ଟିଭି କ୍ରୋମକାଷ୍ଟ ସପୋର୍ଟ ମଧ୍ୟ ରହିଛି । ଏଥିରେ ୧ ଜିବି ରାମ୍ ଏବଂ ୮ ଜିବି ଷ୍ଟୋରେଜ୍ ମିଳିଥାଏ । ୱାଇଫାଇ ଫିଚର ମଧ୍ୟ ରହିଛି ।

 

Get real time updates directly on you device, subscribe now.