fbpx

ମିଳିଲା ୧୩୦୦ ବର୍ଷ ପୁରୁଣା ସମାଧି: ଶବ ଶହ ରହିଛି, ସୁନା-ଅଳଙ୍କାର…

ନୂଆଦିଲ୍ଲୀ: ଦୁନିଆରେ ପ୍ରାଚୀନ ଇତିହାସ ସହ ଜଡ଼ିତ ଏଭଳି ଜିନିଷ ମିଳିଥାଏ, ଯାହାକୁ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏଭଳି କିଛି ସାଉଥ ଆମେରିକା ମହାଦ୍ୱୀପର ପେରୁ ଦେଶରେ ମଧ୍ୟ ହୋଇଛି । ଯେଉଁଠାରେ ପୁରାତତ୍ତ୍ୱବିତ୍ ଏକ ଟିମ୍ କୁ ରାଜଧାନୀ ଲୀମାଠାରୁ କିଛି ଦୂରରେ ସ୍ଥିତ ହୁଅର୍ମ ଟାଉନ ପାଖରେ ବାରୀ ସାମ୍ରାଜ୍ୟର ଏକ ପୁରୁଣା ସମାଧି ମିଳିଛି । ଏଠାରେ ମିଳିଥିବା ସମାଧିରେ ୭ ଜଣକ ଅବଶେଷ ରହିଛି । ଏଥିରୁ  ଗୋଟିଏ ଅବଶେଷକୁ ବାରୀ ସାମ୍ରାଜ୍ୟର କୁଲୀନ ବର୍ଗ ମଧ୍ୟରୁ ଗୋଟିଏ ଲର୍ଡ ହୁଆରମେ(Lord of Huarmey) କୁହାଯାଉଛି । ବାରୀ ସଭ୍ୟତାର ଅସ୍ତିତ୍ୱ ୫୦୦ ବିସିରୁ ୧୦୦ ଏଡି ମଧ୍ୟରେ ରହିଥିଲା । ତେବେ ଅନ୍ୟ ୬ ଅବଶେଷର ପରିଚୟ ମିଳିପାରିନାହିଁ ।

ବଡ଼ କଥା ହେଉଛି ଯେ ଏହି କଫିନ୍ ରେ ପୋତା ଯାଇଥିବା ଅବଶେଷ ସହ ସୁନା, ଚାନ୍ଦି, ଅଳଙ୍କାର, ତମ୍ବାର ହତିଆର, ଛୁରୀ, କୁରାଢ଼ୀ, ଉଲର କପଡ଼ା, କାଠ ଏବଂ ଚମଡ଼ାରେ ତିଆରି ଅନେକ ପ୍ରାଚୀନ ଜିନିଷ ମିଳିଛି । ବାରସା ବିଶ୍ୱବିଦ୍ୟାଳୟର ପୂରାତତ୍ତ୍ୱବିତ୍ ମିଲୋଜ ଗିଅର୍ସ (Milosz Giersz) ଙ୍କ ଟିମ୍ ଫେବୃଆରୀରେ ସମୁଦ୍ର କୂଳବର୍ତ୍ତୀ ହୁଅର୍ମ ଟାଉନ ନିକଟରେ ଏକ ମଶାଣିରେ କଫିନ୍ ର ଖୋଜ୍ କରିଥିଲେ ।

ସୂଚନାଯୋଗ୍ୟ, ୫୦୦ ରୁ ୧୦୦୦ ଏଡି ମଧ୍ୟରେ ବାରୀ ସାମ୍ରାଜ୍ୟର ଲୋକେ ପାହାଡ଼ ଏବଂ ସାମୁଦ୍ର ଅଞ୍ଚଳରେ ରହୁଥିଲେ । ବାରୀ ଲୋକଙ୍କ ସବୁଠୁ ବଡ଼ ବିଶେଷତ୍ୱ ଥିଲା ସେମାନଙ୍କ କଳା । ଯାହା ସୁନା ଚାନ୍ଦିରୁ ନେଇ କପଡ଼ାରେ ମଧ୍ୟ ହେଉଥିଲା । ବାରୀର ଲୋକମାନେ ନିଜ ପରମ୍ପରା ସହ ବେଶ୍ ଜଡ଼ିତ ଥିଲେ । ଐତିହାସିକଙ୍କ ଅନୂଯାୟୀ ୧୨୦୦ ଏଡି ପରେ ବାରୀ ସାମ୍ରାଜ୍ୟ ସଂପୂର୍ଣ୍ଣ ଭାବରେ ଅନ୍ତ ହୋଇଥିଲା ।

ତେବେ ବର୍ତ୍ତମାନ ଯେଉଁଠାରେ ସମାଧି ମିଳିଛି ତାହା ବିଷୟରେ ୧୯୪୦ ରେ ଜଣାପଡ଼ିଥିଲା । କିନ୍ତୁ ବିଶ୍ୱାସ କରାଯାଉଥିଲା ଯେ ଏହା ଚୋରମାନେ ଭିତରୁ ସବୁ ଲୁଟିନେଇଯାଇଥିବେ, ଏବଂ ଏହା ସଂପୂର୍ଣ୍ଣ ଖାଲି । ଅବଶ୍ୟ ୨୦୧୨-୧୩ ରେ ଏହି ଚିନ୍ତାଧାରା ଭୁଲ୍ ସାବ୍ୟସ୍ତ ହୋଇଥିଲା । ଯେତେବେଳେ ମିଲୋସ ଗିଅର୍ଜ ଏବଂ ତାଙ୍କ ପତ୍ନୀ ଖୁଲାସା କରିଥିଲେ ଯେ ଏହି ସ୍ଥାନରେ ଏକ ପ୍ରାଚୀନ ବାରୀ ସାମ୍ରାଜ୍ୟର ସମାଧି  ଏଭଳି ଅଛି ଯାହାକୁ କେହି ଛୁଇଁ ନାହାଁନ୍ତି । ଏବେ ବର୍ଷ ୨୦୨୨ରେ ଆଉ ଏକ ସମାଧିର ଖୋଜ୍ ଏହା ପ୍ରମାଣ କରିଛି ଯେ ଏବେ ପେରୁ ରୁ ଏହି ସ୍ଥାନରେ ଆହୁରି ବି ଅନେକ ଇତିହାସ ରହିଛି ।

Get real time updates directly on you device, subscribe now.