fbpx

ଆମାଜନ୍ ଦେବ ୫୫,୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: କରୋନା କାଳରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସିଖବର ଆସିଦେଇଛି ଆମାଜନ୍ । ଦୁନିଆର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ୍ ସାରା ବିଶ୍ୱରେ ଅଧିକ ମାତ୍ରାରେ ନିଯୁକ୍ତ ଆଣିଦେଇଛି । କର୍ପୋରେଟ୍ ଓ ଟେକ୍ନୋଲୋଜି ସ୍ତରରେ ୫୫,୦୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛି ଆମାଜନ୍ । ଆମାଜନର ସିଇଓ ଆଣ୍ଡି ଜେସି ଏହି ସୂଚନା ଦେଇଛନ୍ତି ।

ଜେସି ଘୋଷଣା କରିଛନ୍ତି ଯେ, ଏହି ୫୫ ହଜାର ନିଯୁକ୍ତ ମଧ୍ୟରୁ ୪୦ ହଜାରରୁ ଅଧିକ ଆମେରିକାରେ ହେବ । ଅବଶିଷ୍ଟ ଭାରତ, ଜର୍ମାନୀ ଓ ଜାପାନ ଭଳି ଦେଶରେ ନିଜର ଜବ୍ କେୟର ‘ଆମାଜନ୍ କ୍ୟାରିୟର ଡେ’ ମାଧ୍ୟମରେ ନିଯୁକ୍ତ ଦିଆଯିବ । ଆମାଜନରେ ନିଯୁକ୍ତି ବିଷୟରେ ଜାଣିବାକୁ ଚାହଁଥିଲେ ଆପଣ http://amazon.jobs/in ପେଜ୍ ଉପରେ କ୍ଲିକ୍ କରନ୍ତୁ ।

ଆମାଜନ କ୍ୟାରିଅର୍ ଡେ ୧୬ ସେପ୍ଟେମ୍ବର ୨୦୨୧ ସକାଳ ୧୦ଟାରେ ଆରମ୍ଭ ହେବ, ଯାହାକି ଏକ ମାଗଣା ଇଭେଣ୍ଟ । ଏଥିରେ ଆବେଦନ କରିବାକୁ ଆପଣ https://www.amazoncareerday.com/india/home ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣ ରେଜିଷ୍ଟେସନ ନାଓ ଉପରେ କ୍ଲିକ୍ କରନ୍ତୁ । ସେଥିରେ ଆପଣଙ୍କୁ ସମ୍ପୂର୍ଣ୍ଣ ସୂଚନା ମିଳିଯିବ ।

Get real time updates directly on you device, subscribe now.