fbpx

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅନ୍ୟମନଷ୍କ କାରଣରୁ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ପ୍ରାଣ, ବର୍ତ୍ତିଗଲେ ୨ ଶିଶୁ

ବୌଦ୍ଧ: ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ହେଲେ ୨ଜଣ ଶିଶୁ ବର୍ତ୍ତିଯାଇଥିବା ଜଣା ପଡିଛି । ଟାଉନ ଥାନା ମହାନଦୀ ବ୍ରିଜ ଉପରେ ଦମ୍ପତ୍ତିଙ୍କୁ ଆମ୍ବୁଲାନ୍ସ ଧକ୍କା ଦେଇଛି । ଦୁର୍ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଦମ୍ପତ୍ତିଙ୍କ ସହ ୨ ପିଲା ବ୍ରିଜରେ ଛିଡ଼ାହୋଇ ମହାନଦୀ ପାଣି ଦେଖୁଥିଲେ । ହଠାତ୍ ଏକ ଆମ୍ବୁଲାନ୍ସ ଆସି ସେମାନଙ୍କୁ ଜୋରରେ ଧକ୍କା ଦେଇଥିଲା । କିନ୍ତୁ ଘଟଣାସ୍ଥଳରେ ୨ ଶିଶୁ ବର୍ତ୍ତିଯାଇଛନ୍ତି । ତେବେ ଏହି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଫେରାର ଅଛି । ଏହି ଦୁର୍ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.