fbpx

ହିମାଚଳ ପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ସାମିଲ ହୋଇପାରନ୍ତି ପ୍ରଭାରୀ ସଚିବ ତାଜିନ୍ଦର ସିଂ

+

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କଂଗ୍ରେସ ଏକ ଝଟକା ଲାଗିଛି । ରାଜ୍ୟର ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ତାଜିନ୍ଦର ସିଂ ବିଟୁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ, ତାଜିନ୍ଦର ସିଂ ଆଜି ବିଜେପିରେ ଯୋଗ ଦେଇ ପାରନ୍ତି । ସେ ତାଙ୍କ ଇସ୍ତଫା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାରଗେଙ୍କ ନିକଟକୁ ପଠାଇଛନ୍ତି ।

ଏଥିରେ ସେ ଲେଖିଛନ୍ତି ଯେ, ମୁଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବଂ ଏଆଇସିସ. ହିମାଚଳ ପ୍ରଦେଶର ସଚିବ ସହପ୍ରଭାରୀପଦରୁ ଥିବା ଇସ୍ତଫା ଦେଉଛି । ଗତ କିଛି ଦିନ ହେବ ତାଜିନ୍ଦର ସିଂଙ୍କ ବିଷୟରେ କଳ୍ପନା କରାଯାଉଥିଲା ଯେ ସେ ବିଜେପିର ବରିଷ୍ଠ ନେତାଙ୍କ ସହ ବାରମ୍ବାର ବୈଠକ କରୁଥିବାରୁ ସେ ଶୀଘ୍ର କଂଗ୍ରେସ ଛାଡିପାରନ୍ତି ।

ନିକଟରେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଉପରେ ସଙ୍କଟ ଆସିଥିଲା । କଂଗ୍ରେସର ୬ ଜଣ ବିଧାୟକ ବିଦ୍ରୋହ କରିଥିଲେ । ରାଜ୍ୟସଭା ନିର୍ବାଚନ ସମୟରେ ଏହି ସମସ୍ତ ବିଧାୟକ ବିଜେପି ପ୍ରାର୍ଥୀ ସପକ୍ଷରେ ଭୋଟ୍ ଦେଇଥିଲେ, ଯେଉଁଥିପାଇଁ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଭିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ ସମସ୍ତ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ତେବେ କୌଣସି ପ୍ରକାରେ ସୁଖୁଙ୍କ ସରକାର ବଞ୍ଚି ଯାଇଥିଲେ ।

Tajinder Singh Bittu

Get real time updates directly on you device, subscribe now.