fbpx

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ: ଚାରି ଜଣଙ୍କ ମୃତ୍ୟୁ, ବରଯାତ୍ରୀ ଭର୍ତ୍ତି ବସ ଓଲଟି ୩୦ ଆହତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୈନପୁରୀରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଉନ୍ନାବରେ ବସ ଓଲଟି ୩୦ ଜଣ ଆହତ ହୋଇଛନ୍ତି । ଏହି ଆହତଙ୍କ ମଧ୍ୟରେ ଜଣେ ଗୁରୁତର ଅଛନ୍ତି । ଟ୍ରାକ୍ଟର ଏବଂ ଟ୍ରକ୍ ମଧ୍ୟରେ ଧକ୍କା କାରଣରୁ ଅନେକ ଆହତ ମଧ୍ୟ ହୋଇଛନ୍ତି । ଏହି ଦୁଇଟି ଦୁର୍ଘଟଣାରେ ଡ୍ରାଇଭର ନିୟନ୍ତ୍ରଣ ହରା ହୋଇପଡିଛନ୍ତି । ଯେଉଁ କାରଣରୁ ଦୁର୍ଘଟଣା ଘଟିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୈନପୁରୀରେ ଛିଡା ହୋଇଥିବା ଟ୍ରକ୍ଟରକୁ ଟ୍ରକ୍ ଧକ୍କା ଦେଇଥିଲା, ଯେଉଁଥିରେ ୪ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଆହତ ମଧ୍ୟ ହୋଇଛନ୍ତି । ସେହିଭଳି ଅଗରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ଓଲଟି ପଡିଛି । ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.