fbpx

ମାଗଣା ଅପରେସନ ନାଁରେ କାଢ଼ିନେଲେ ବୃଦ୍ଧଙ୍କ ଆଖି, ଲଗାଇଦେଲେ କାଚର ଗୋଲି

Advertisement

ଝାଡ଼ଖଣ୍ଡରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଡାକ୍ତର ଜଣେ ବୃଦ୍ଧଙ୍କର ମାଗଣାରେ ଆଖି ଅପରେସନ କରିବା ବାହାନାରେ ଅସଲି ଆଖି କାଢ଼ି ତା’ସ୍ଥାନରେ କାଚ ବାଟି ଲଗାଇଦେଇଥିଲେ ଡାକ୍ତର । ଅପରେସନର କିଛି ଦିନ ପରେ ଯେତେବେଳେ ବୃଦ୍ଧ ନିଜ ଆଖି ଖୋଲିଥିଲେ ସେତେବେଳେ ତାଙ୍କୁ କିଛି ଦେଖାଯାଇନଥିଲା । ମାମଲା ଯେତେବେଳେ ଜଣାପଡ଼ିଥିଲା ଅପରେସନ କରାଇଥିବା ମହିଳା ଅଙ୍ଗନୱାଡ଼ି ସେବିକା ଫେରାର ହୋଇଯାଇଥିଲେ । ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକୃତରେ, ମାମଲା ଘାଟଶିଳାର ଉତ୍ତର ମଉଭଣ୍ଡାର ପଞ୍ଚାୟତର କୀତାଡୀହ ଗ୍ରାମର । ଗ୍ରାମର ଗଙ୍ଗାଧର ସିଂହଙ୍କ କେସିସି ଆଇ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା ।  ଗ୍ରାମର ଜଣେ ଅଙ୍ଗନୱାଡ଼ି ମହିଳା ସେବିକା ଅପରେସନ ପାଇଁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଅପରେସନ ପରେ ଗଙ୍ଗାଧର ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ଡାହାଣ ଆଖିରେ ଯନ୍ତ୍ରଣା ହୋଇଥିଲା । ଯାହାପରେ ପରିବାରଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଯେଉଁଠାରେ ୨ ମାସ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା ।

ଏହାପରେ ପୁଣି ଗଙ୍ଗାଧର ସିଂହ ଘରକୁ ଫେରିଥିଲେ । ଦିନେ ତାଙ୍କ ଆଖିରେ କୁଣ୍ଡେଇ ହେବା ଆରମ୍ଭ ହୋଇଥିଲା । ଆଉ ଯେତେବେଳେ ସେ ଆଖି ମକଚିଥିଲେ ସେତିକିବେଳେ ଆଖୁ କାଚର ଗୋଲି ବାହାରି ଆସିଥିଲା । ଏହାପରେ ଗଙ୍ଗାଧର ସିଂହ ଘାଟଶିଳା ଅନୁମଣ୍ଡଳ ହସ୍ପିଟାଲରେ ଯାଞ୍ଚ କରାଇବାକୁ ପହଞ୍ଚିଥିଲେ । ଯେଉଁଠାରେ ସତ କଥା ଜଣାପଡ଼ିଥିଲା । ମାମଲା ଗଣମାଧ୍ୟମକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ହସ୍ପିଟାଲ ବିରୋଧରେ ଠକାମୀ ନେଇ ଅଭିଯୋଗ ହୋଇଛି । ସେପଟେ ମାମଲାକୁ ଗମ୍ଭୀରତାର ସହ ନେବା ସହ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.