fbpx
BSKY
BJD SHG SKY
BJD YOUTH SKY

ବଏଲ୍ ଯାତ୍ରାରେ ଲାଗିଲା ଭକ୍ତଙ୍କ ଭିଡ଼: ମାନସିକ ପୂରଣ ପାଇଁ ଇଷ୍ଟ ଦେବୀ ମା ଗଙ୍ଗା ଦେଈଙ୍କ ପୀଠ ଚଳଚଞ୍ଚଳ

ଚାରିଆଡେ ଶାରଦୀୟ ପୂଜାର ଉତ୍ସାହ ଲାଗି ରହିଥିବା ବେଳେ ବଡ଼ବାଙ୍କିରେ ପାଳିତ ହୋଇଛି ଇଷ୍ଟଦେବୀ ମାଁ ଗଙ୍ଗା ଦେଇଙ୍କ ଖନ୍ଦା ଚଲାଯ।ତ୍ରା । ଗ୍ରାମବାସୀଙ୍କ ଦ୍ୱାରା ପୂଜା ପାଉଥିବା ଇଷ୍ଟ ଦେବୀ ମାଁ ଗଙ୍ଗା ଦେଇଙ୍କ ବଏଲ୍ ଯାତ୍ରାରେ ଲାଗିଛି ହଜାର ହଜାର ଭକ୍ତଙ୍କ ଭିଡ଼ । କରୋନା କଟକଣା ପରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ଏହି ଯାତ୍ରା ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଲୋକଙ୍କ ବିଶ୍ୱାସ ରହିଛି ଯେ ଭକ୍ତିର ସହ ଦେବୀଙ୍କ ନିକଟରେ ଯ।ହା ମାନସିକ କରାଯାଏ ଦେବୀ ତାହା ନିଶ୍ଚୟ ପୁରଣ କରନ୍ତି ।

ଦଶହରାର ଦ୍ୱାଦଶୀ ଦିନ ମାଙ୍କର ଏହି ଖନ୍ଦା ଚଲାଯାତ୍ରା ଅନୁଷ୍ଠିତ ହୁଏ । ଏହି ଦିନ ଗ୍ରାମର ସମସ୍ତ ଅଧିବାସୀମାନେ ମାଙ୍କ ଆଶିଷ ପାଇଁ ଉପବାସ କରିଥାନ୍ତି । ଶେଷରେ ଜ୍ୱଳନ୍ତ ନିଆଁରେ ଚାଲିଥାନ୍ତି ମାନସିକଧାରୀ ଭକ୍ତମାନେ । ତେବେ ଗତ ୨ ବର୍ଷର କରୋନା କଟକଣା ଯୋଗୁଁ ଏହି ଯାତ୍ରା ବନ୍ଦ ରହିଥିବା । ତେବେ କରୋନାର ପ୍ରକୋପ କିଛି ମାତ୍ରାରେ କମ ହେବା ପରେ ଚଳିତ ବର୍ଷ ଇଷ୍ଟଦେବୀଙ୍କ ନିକଟରେ ଧୁମଧାମରେ ପାଳିତ ହୋଇଛି ଖନ୍ଦା ଚଲା ଯାତ୍ରା । ବଡ଼ବାଙ୍କି ସହିତ ଆଖପାଖର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ଏହି ବଏଲ୍ ଯାତ୍ରାରେ ।

ପରମ୍ପରା ଅନୁସାରେ ଦେବୀଙ୍କ ସହିତ ନିଆଁରେ ଚାଲିଲେ ଅନେକ ଲୋକଙ୍କ ମାନସିକ ପୂରଣ ହୋଇଥାଏ ବୋଲି ପୁର୍ବରୁ ବିଶ୍ୱାସ ରହିଛି । ପ୍ରଥମେ ଦେବତା ମାନେ ନିଆଁରେ ଚାଲନ୍ତି ଓ ଭକ୍ତକୁ ଚଲାଇଥାନ୍ତି ଏବଂ ପରେ ନଗର ଭ୍ରମଣ କରନ୍ତି ଇଷ୍ଟଦେବୀ ମା ଗଙ୍ଗା ଦେଈ। ଏହାକୁ ବଏଲ ଯାତ୍ରା ମଧ୍ୟ କୁହାଯାଇଥାଏ । ତେବେ ଏହି ଯାତ୍ରାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ସହ ଅନ୍ୟ ଅଞ୍ଚଳରୁ ମଧ୍ୟ ଭକ୍ତମାନେ ଏଠାକୁ ଆସିଥାନ୍ତି । ପୁରାତନ ଓ ବିଶ୍ୱସନୀୟତା ପାଇଁ ଗଙ୍ଗା ଦେଇଙ୍କ ଏହି ବଏଲ୍ ଯାତ୍ରା ସମ୍ପୁର୍ଣ୍ଣ ନିଆରା ପର୍ବ ପାଲଟିି ।

Get real time updates directly on you device, subscribe now.