fbpx

ପାକିସ୍ତାନର ଲୁଣ ଖାଉଛି ଭାରତ: ସର୍ଭେରୁ ଜଣାପଡିଲା ଏହି ରିପୋର୍ଟ

ଆମ ଖାଦ୍ୟରେ ସବୁଠାରୁ ଦରକାରୀ ଜିନିଷ ହେଉଛି ଲୁଣ । ଯାହାକୁ ପ୍ରତ୍ୟେକ ଖାଦ୍ୟରେ ମିଶା ଯାଇପାରେ । ନଚେତ ଖାଦ୍ୟର ସ୍ୱାଦ ସଠିକ ଭାବେ ମିଳିପାରି ନଥାଏ । କିନ୍ତୁ ଏହି ଲୁଣ ଆମର ଶତୃ ରାଷ୍ଟ୍ର ପାକିସ୍ତାନରୁ ଆସୁଛି । ବୋଧହୁଏ ଅଦିକାଂଶ ଲୋକ ଏହା ଶୁଣି ଆଶ୍ଚଯ୍ୟ ହେଉଥିବେ । କିନ୍ତୁ ଭାରତକୁ ଆସୁଥିବା ପଥର ଲୁଣ ବା କଳା ଲୁଣ ପାକିସ୍ତାନର ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି । କୁଇଣ୍ଟାଲ କୁଇଣ୍ଟାଲ ଲୁଣ ପାକିସ୍ତାନରୁ ଭାରତକୁ ଆସୁଛି । ଯାହାକୁ ଆମେ ମାନେ ବିଭିନ୍ନ ପ୍ରକାରର ସୁଆଦିଆ ଖାଇବାରେ ବ୍ୟବହାର କରିଥାଉ । ଏମିତିକି ଓଷା, ବିବାହ, ବ୍ରତ ଇତ୍ୟାଦି କାମରେ ମଧ୍ୟ ବ୍ୟବହାର ହେଉଛି ପାକିସ୍ତାନରୁ ଆସୁଥିବା ଲୁଣ ।

ଭାରତରେ ଲୁଣର ସବୁଠାରୁ ଅଧିକ ଉତ୍ପାଦନ ଗୁଜୁରାଟରେ ହେଉଛି । କିନ୍ତୁ ପଥର ଲୁଣ ବା କଳା ଲୁଣ ପାଇଁ ଭାରତକୁ ପାକିସ୍ତାନ ଉରେ ନିର୍ଭର କରିବାକୁ ପଡ଼ିଥାଏ । ୯୯ % କଳା ଲୁଣ ଭାରତକୁ ପାକିସ୍ତାନରୁ ହିଁ ଆସୁଛି । ଲୁଣ ଉତ୍ପାଦନ କରିବାରେ ପ୍ରଥମେ ଚୀନ, ଦ୍ୱିତୀୟରେ ଆମେରିକା ଏବଂ ତୃତୀୟରେ ରହିଛି ଭାରତ । ଏକ ରିପୋର୍ଟରୁ ଜଣାଯାଇଛି କି ୨୦୨୧-୨୨ରେ ଦେଶରେ ୨୬୬ ଲକ୍ଷ ଟନରୁ ଅଧକ ଲୁଣ ଉତ୍ପାଦନ ହୋଇଛି । ଏଥି ମଧ୍ୟରୁ ୨୨୭.୬୮ ଲକ୍ଷ ଟନ୍ ଅର୍ଥାତ ୮୫ % ଲୁଣର ଉତ୍ପାଦନ ଗୁଜୁରାଟରେ ହୋଇଥିଲା । ଏହାପରେ ତାମିଲନାଡ଼ୁ ଏବଂ ରାଜସ୍ଥାନ ମଧ୍ୟ ଏହି ତାଲିକାରେ ସ୍ତାନ ପାଇଛି ।

କିନ୍ତୁ ଏହି ପଥର ଲୁଣ ବା କଳା ଲୁଣ ପାଇଁ ଭାରତକୁ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡ଼େ । ଭାରତର ଲୁଣ ଚୀନ, ଦକ୍ଷିଣ କୋରିଆ, ଜ।ପ।ନ, କତର, ଇଣ୍ଡୋନେସିଆ, ଭିଏତନାମା, ବାଙ୍ଗଲାଦେଶ, ନୋଳ ଏବଂ ତାଇବାନରେ ବ୍ୟବହାର କରାଯାଏ । କିନ୍ତୁ ଏହି କଳା ଲୁଣ ପାଇଁ ପ।କିସ୍ତାନ ଉପରେ ନିର୍ଭର କରେ ଭାରତ । ଏହି କଳା ଲୁଣର ପ୍ରୟୋଗ ଅଧିକାଂଶ ଓଷା ବ୍ରତରେ ହୋଇଥାଏ । ଭାରତରେ ନବରାତ୍ରୀ ସମୟରେ ମଧ୍ୟ ଏହି ଲୁଣକୁ ବ୍ୟବହାର କରାଯାଇଥାଏ । ପାକିସ୍ତାନ ଉପରେ ଏଥିପାଇଁ ନିର୍ଭର କରିବାକୁ ପଡ଼େ କାରଣ ଭାରତରେ ଏହି ଲୁଣର ଉତ୍ପାଦନ କରାଯାଇନଥାଏ । ପ।କିସ୍ତାନର ପଞ୍ଜାବରେ ଥିବା ଖେବଡ଼ା ନାମକ ଖାଦାନରୁ ଏହି କଳା ଲୁଣ ଉତ୍ପାଦନ ହୋଇଥାଏ । ଏଠାରେ ସାଢ଼େ ୪ ଲକ୍ଷରୁ ଅଧିକ ଲୁଣ ପ୍ରତି ବର୍ଷ ଉତ୍ପାଦନ ହୋଇଥାଏ । ୨୦୧୮-୧୯ ମସିହାରେ ଭାରତ ୭୪,୪୫୭ ଟନ୍ ପଥର ଲୁଣ ଆମଦାନୀ କରିଥିବା ବେଳେ କେବଳ ପାକିସ୍ତାନରୁ ଆସିଥିଲା ୭୪, ୪୧୩ ଟନ୍ ମାନେ ୯୯ ପ୍ରତିଶତ ।

Get real time updates directly on you device, subscribe now.