fbpx

ଆମେରିକାରେ ତୁଷାର ଝଡ; ୩୧ ଜଣଙ୍କ ମୃତ୍ୟୁ, ୨ କୋଟି ଲୋକେ ପ୍ରଭାବିତ

ନୂଆଦିଲ୍ଲୀ: ଆମେରିକାର ବୁଫାଲୋ ଅଞ୍ଚଳରେ ହୋଇଥିବା ତୁଷାର ଝଡରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି । ସେଠାରେ ବର୍ତ୍ତମାନର ତାପମାତ୍ରା -୪୫ ଡିଗ୍ରୀ ଥିବା ବେଳେ ଥଣ୍ଡାରେ ଲୋକଙ୍କର ମୃତ୍ୟୁ ହେଉଛି । ଏଥିସହିତ ଏହି ଝଡ କାରଣରୁ ସଡକ ଦୁର୍ଘଟଣା ମଧ୍ୟ ଘଟୁଛି , ଯାହାଫଳରେ ସେଠାରେ ମୃତ୍ୟୁ ସଂଖ୍ୟା ୧୮ରୁ ବୃଦ୍ଧି ପାଇ ୩୧ରେ ପହଞ୍ଚିଛି । ତେବେ ବୁଫାଲୋରେ ହୋଇଥିବା ଏହି ତୁଷାର ଝଡ ପାଇଁ ବହୁ ଅଞ୍ଚଳ ପ୍ରଭାବିତ ହେବା ସହ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି । ଫଳ୍େର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ବୁଫାଲୋ ସହରରେ ହୋଇଥିବା ତୁଷାର ଝଡ କାରଣରୁ ସେଠାରେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି । ଏତତ୍ ବ୍ୟତୀତ ସେଠାକାର ରାସ୍ତାରେ ଆଠ ଫୁଟର ବରଫ ଆସ୍ତରଣ ରହିବା ସହ ବୁଫାଲୋ ବିମାନବନ୍ଦରରେ ୪୩ ଇଞ୍ଚର ବରଫ ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ଯାତାୟତ ଠପ୍ ହୋଇଯାଇଛି । ଅନ୍ୟପକ୍ଷେ ଏହି ଝଡ କାରଣରୁ ପାଖାପାଖି ୨ କୋଟିରୁ ଅଧ୍କ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ସେଠାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ତେବେ ଆମେରିକାର ୯ଟି ରାଜ୍ୟରେ ଏହି ତୁଷାର ଝଡ ହେବା କାରଣରୁ ୩୧ ଜମଙ୍କ ମୃତ୍ୟୁ ହୋଇଛି । ଆମେରିକାରର କଲରାଡୋରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନ୍ୟୁୟର୍କରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହିତ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି । ଯାହାକୁ ନେଇ ଅଧିକାରୀମାନେ ଲୋକଙ୍କୁ ଚେତାବନି ଦେବା ସହ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି ।

Get real time updates directly on you device, subscribe now.