fbpx
BJD SKY
BJD SKY

PG ସ୍କଲାରସିପ୍ ପାଇଁ ବଢ଼ିଲା ଆବେଦନ ତାରିଖ: ଏପରି କରନ୍ତୁ ଆବେଦନ

BJD

ନୂଆଦିଲ୍ଲୀ: ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (AICTE) ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ସ୍କିମ୍ ତାରିଖକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବର୍ତ୍ତମାନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍ pgscholarship.aicte-india.org କୁ ଯାଇ ଆବେଦନ କରିପାରିବେ। ଯେଉଁ ଛାତ୍ରମାନେ GATE, GPAT କିମ୍ବା CEED ଯୋଗ୍ୟତା ହାସଲ କରିଛନ୍ତି ଏବଂ AICTE ଅନୁମୋଦିତ ଅନୁଷ୍ଠାନ କିମ୍ବା ପ୍ରୋଗ୍ରାମରେ ଅଛନ୍ତି ସେମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ।

ଡୁଆଲ ଡିଗ୍ରୀ ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ନବମ ସେମିଷ୍ଟାରରୁ ଛାତ୍ରବୃତ୍ତି ପାଇଁ ଯୋଗ୍ୟ ହେବେ, କିନ୍ତୁ ସେମାନଙ୍କର ଶେଷ ବର୍ଷ ପାଇଁ CGPA 8 କିମ୍ବା ସେଥିରୁ ତଦୁର୍ଦ୍ଧ ହେବା ଉଚିତ୍ (୧୦ ସ୍କେଲରେ)। ମନୋନୀତ ପ୍ରାର୍ଥୀମାନେ ମାସକୁ ୧୨,୪୦୦ ଟଙ୍କା ପାଇବେ । ୱେବସାଇଟରେ କିପରି ଆବେଦନ କରାଯିବ ସେ ସମ୍ବନ୍ଧରେ ଏକ ମାନୁଆଲ୍ ଦିଆଯାଇଛି ।

AICTE PG ସ୍କଲାରସିପ୍ ସ୍କିମ୍ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :-
କେବଳ JPG / JPEG ଫର୍ମାଟରେ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପି, GATE, GPAT କିମ୍ବା CEED ସ୍କୋରର ସ୍କାନ୍ ହୋଇଥିବା କପି , ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହିତ ଲିଙ୍କ୍ ହେବା ଉଚିତ୍ । ବ୍ୟାଙ୍କ ଆକାଉଣ୍ଟ ଆକ୍ଟିଭ ହେବା ଉଚିତ୍ । ଫ୍ରିଲ ଆକାଉଣ୍ଟ, ଜନ ଧନ ଆକାଉଣ୍ଟ, କାରବାର ସୀମା କିମ୍ବା ମିଳିତ ଆକାଉଣ୍ଟ ସହିତ ବ୍ୟାଙ୍କ ଆକାଉଣ୍ଟ ଗ୍ରହଣ କରାଯିବ ନାହିଁ । ପାଠ୍ୟକ୍ରମ ସମୟରେ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କିମ୍ବା ଟ୍ରାନ୍ସଫର କରାଯିବା ଉଚିତ ନୁହେଁ। SC / ST, EWS, OBC ଏବଂ (NCL) ପାଇଁ ବୈଧ ଶ୍ରେଣୀ ପ୍ରମାଣ ପତ୍ରର ସ୍କାନ କପି ଆବଶ୍ୟକ ।

Get real time updates directly on you device, subscribe now.