fbpx
BJD
BJD SKY
BJD SKY

ଆମେରିକା, ଜର୍ମାନୀ ନା…ଦୁନିଆର ସବୁଠାରୁ ଖୁସି ଦେଶ କେଉଁଟା ? ଜାଣନ୍ତୁ କେତେ ରେଙ୍କରେ ଅଛି ଭାରତ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଖୁସିରେ ଥିବା ଦେଶ କେଉଁଟା ? ଆମେରିକା, ଚିନ୍ ନା ରୁଷ ? ବୁଧବାର ମିଳିତ ଜାତିସଂଘର ବାର୍ଷିକ World Happiness Report 2024 ପ୍ରକାଶ ପାଇଛି । ବ୍ୟକ୍ତି ଜଣଙ୍କ ଜୀବନରେ କେତେ ସନ୍ତୁଷ୍ଟ ଅଛି ଏହାର ଆତ୍ମ ମୂଲ୍ୟାଙ୍କନ ତଥା ମୁଣ୍ଡ ପିଛା ଜିଡ଼ିପି, ସାମାଜିକ ସମର୍ଥନ, ହେଲ୍‌ଦୀ ଲାଇଫ୍ ଏକ୍ସପେକ୍ଟେନ୍ସି, ସ୍ୱତନ୍ତ୍ରତା, ଉଦାରତା ଏବଂ ଭ୍ରଷ୍ଟାଚାର ଉପରେ ଏହି World Happiness Report 2024 ଆଧାରିତ ।

World Happiness Report 2024 ଅନୁଯାୟୀ ଫିନ୍ଲ୍ୟାଣ୍ଡ କ୍ରମାଗତ ଭାବେ ୭ମ ଥର ପାଇଁ ବିଶ୍ୱର ସବୁଠାରୁ ଖୁସିରେ ଥିବା ଦେଶର ମାନ୍ୟତା ପାଇଛି । ଫିନଲ୍ୟାଣ୍ଡର ହେଲସିଙ୍କି ବିଶ୍ୱବିଦ୍ୟାଳୟର ଏକ ଗବେଷକଙ୍କ କହିବାନୁଯାୟୀ ଫିନଲ୍ୟାଣ୍ଡରେ ରହୁଥିବା ଲୋକମାନେ ପ୍ରକୃ୍‌ତି ସହ ଘନିଷ୍ଠ ଭାବେ ଜଡ଼ିତ ଏବଂ ସୁସ୍ଥ Work –life balance ସେମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଫିନଲ୍ୟାଣ୍ଡ ପରେ ରେଙ୍କରେ ରହିଛି ଡେନମାର୍କ, ଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ୍ । ଶ୍ରେଷ୍ଠ ୧୦ ତାଲିକାରେ ନର୍ଡିକ ଦେଶ ଏହାର ସ୍ଥାନ ବଜାୟ ରଖିଛି । ଏହି ତାଲିକାରେ ଆଫଗାନିସ୍ତାନ ସବୁଠାରୁ ତଳେ ରହିଥିବା ବେଳେ କୋଷ୍ଟା ରିକା ୧୨ ଏବଂ କୁୱେତ୍ ୧୩ତମ ରେଙ୍କରେ ରହିଛି । ସେହିପରି ଆମେରିକା ୨୩ ଏବଂ ଜର୍ମାନୀ ୨୪ତମ ସ୍ଥାନରେ ରହିଛି । ଏହି ତାଲିକାରେ ଭାରତ ପୂର୍ବ ବର୍ଷ ପରି ୧୨୬ ତମ ସ୍ଥାନ ବଜାର ରଖିଛି ।

World Happiness Report 2024ରେ ସବୁଠାରୁ ବଡ଼ ଦେଶ ସାମିଲ ନାହାଁନ୍ତି । ଶ୍ରେଷ୍ଠ ୧୦ରେ କେବଳ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ସାମିଲ ରହିଛି ଯାହାର ଜନସଂଖ୍ୟା ୧୫ ମିଲିୟନରୁ ଅଧିକ ଆଟେ । ସେହିପରି ଶ୍ରେଷ୍ଠ ୨୦ ତାଲିକାରେ କେବଳ କାନାଡ଼ା ଏବଂ ୟୁକେ ରହିଛି ଯାହାର ଜନସଂଖ୍ୟା ୩୦ ମିଲିୟନରୁ ଅଧିକ । କହିରଖୁଛୁ ୨୦୦୬ରୁ ୨୦୧୦ ପରେ ଆଫଗାନିସ୍ତାନ, ଲେବନାନ୍ ଏବଂ ଜର୍ଡ଼ାନର ହେପିନେସ୍ ଇଣ୍ଡେକ୍ସ ସ୍ତରରେ ହ୍ରାସ ଦେଖିବାକୁ ମିଳିଥିଲା । ଅପରପକ୍ଷରେ ପୂର୍ବ ୟୁରୋପୀୟ ଦେଶ ଯେପରି ସର୍ବିଆ, ବୁଲଗେରିଆ ଏବଂ ଲାତବିଆରେ ହେପିନେସ୍ ଇଣ୍ଡେକ୍ସ ସ୍ତରରେ ବୃଦ୍ଧି ଦେଖିବାକୁ ମିଳିଥିଲା ।

 

Get real time updates directly on you device, subscribe now.